Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚାଲିଛି ୭୪୭ ଜିଲ୍ଲା ପରିଷଦ ପାର୍ଥୀଙ୍କ ଭାଗ୍ୟ ପରୀକ୍ଷା

(ଦ କୁଇଭର): ଆଜି ରାଜ୍ୟରେ ଜାରିରହିଛି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନର ଦ୍ୱିତାୟ ପର୍ଯ୍ୟାୟ ମତଦାନ । ଭୋଟଦେଇ ନିଜ ନେତା ବାଛୁଛନ୍ତି ମତଦାତା । ସୂଚନା ଅନୁସାରେ ସକାଳ ସୁଦ୍ଦା ୨୦ ପ୍ରତିଶତ ଲୋକ ଭୋଟ୍ ଦେବାରେ ଲାଗିଛନ୍ତି । କରୋନା କଟଣାକୁ ନଜରରେ ରଖି ପାର୍ଥି ଚୟନ ପାଇଁ ଭୋଟ୍ ଦେବାରେ ଲାଗି ପଡିଛନ୍ତି ମଦଦାତା । ଏପଟେ ବିଭିନ୍ନ ସ୍ଥାନରେ ପାର୍ଥି ଚୟନରେ ଅସନ୍ତୋଷ ପ୍ରକାଶ ପାଇଥିବା ନେଇ ସୂଚନା ମିଳିଛି ।

ହିଂସାକାଣ୍ଡ ଯୋଗୁଁ ପ୍ରାୟ ୨୫ଟି ବୁଥରେ ପୁନଃନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପଟେ ରାଜ୍ୟର ୩୦ ଜିଲ୍ଲାର ୬୭ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ନିଜ ମତଦାନ କରୁଛନ୍ତି ଭୋଟର । ଏହା ମଧ୍ୟରେ କୋଟିଆ ପଞ୍ଚାୟତ ମଧ୍ୟ ରହିଛି । କୋଟିଆରେ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

Exit mobile version