(ଦ କୁଇଭର): ଇଏ ବି ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ତାଙ୍କ ଇସାରାରେ ଚାଲୁଥିଲା ସାରା ଓଡ଼ିଶା । ଉଠ ବସ ହେଉଥିଲେ ଆଇଏଏସ୍ । ଧାଁ ଧପଡ଼ ହେଉଥିଲେ ଆଇପିଏସ ଅଧିକାରୀମାନେ । ଡିଜିପି ବି ସଲାମ କରୁଥିଲେ । ତୃତୀୟ ମହଲା ଥିଲା ୟାଙ୍କ କବ୍ଜାରେ । ସବୁ ନେତା ଓ ଅଫିସର ତାଙ୍କ ନିର୍ଦ୍ଦେଶରେ କାମ କରୁଥିଲେ । ସାରା ରାଜ୍ୟର ବ୍ୟବସ୍ଥାକୁ ସେ ହାତ ମୁଠାରେ ପରିଚାଳନା କରୁଥିଲେ । କିନ୍ତୁ ଆଜି ଡାକ୍ତରଙ୍କ ସେ ଉପଦେଶରେ କାର୍ଯ୍ୟ କରୁଛନ୍ତି । ଆମେ କହୁଛୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ କଥା । ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି । ସେ ଏବେ ଡାକ୍ତରମାନଙ୍କ ଅଧୀନରେ ଚିକିତ୍ସାଧୀନ ଅଛନ୍ତି । ବୟସର ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟବାସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ।

ହେମାନନ୍ଦ ବିଶ୍ୱାଳ ଓଡ଼ିଶାର ୧୨ତମ ମୁଖ୍ୟମନ୍ତ୍ରୀ ଥିଲେ । ୧୯୮୯ ଡିସମ୍ବେର ୭ରୁ ୧୯୯୦ ମାର୍ଚ୍ଚ ୫ ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଏବଂ ପରେ ୧୯୯୯ ଡିସେମ୍ବର ୬ରୁ ୨୦୦୦ ମସିହା ମାର୍ଚ୍ଚ ୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ।

Leave a Reply

Your email address will not be published. Required fields are marked *