ଏନକାଉଣ୍ଟରରେ ଟଳିଲେ ଜଣେ ଆତଙ୍କୀ

(ଦ କୁଇଭର): ସୁରକ୍ଷା କର୍ମୀଙ୍କୁ ବଡ ସଫଳତା, ଜାମ୍ମୁକାଶ୍ମୀର ସୋପିଆନରେ ଏନକାଉଣ୍ଟରରେ ଟଳିଲେ ଜଣେ ଆତଙ୍କୀ। ଶନିବାର କାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀକୁ ମାରି ଗଡାଇବାରେ ସକ୍ଷମ ହୋଇଥିଲେ ଭାରତୀୟ ସେନା। ଏନକାଉଣ୍ଟରଟି ସୋପିଆନ ଜେନପୋରାର ଚେରମାର୍ଗରେ ହୋଇଥିଲା ବୋଲି ସୂଚନା ମିଳିଛି ।

ଏବେବି ସେଠାରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି । କୁହାଯାଉଛି ଯେ, ସୁରକ୍ଷାକର୍ମୀ ୨ ଆତଙ୍କବାଦୀଙ୍କୁ ନଜର ବନ୍ଦୀ କରି ରଖିଛନ୍ତି । ପୂର୍ବରୁ ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଯବାନ ମାନେ ଖବର ପାଇ କମ୍ୱିଂ ଅପରେସନ କରିଥିଲେ।

Leave a Reply

Your email address will not be published. Required fields are marked *