କୁମାର ବିଶ୍ଵାସଙ୍କୁ ‘Y’ କାଟାଗୋରୀ ସୁରକ୍ଷା

(ଦ କୁଇଭର): କୁମାର ବିଶ୍ଵାସଙ୍କୁ ମିଳିଲା Y ଶ୍ରେଣୀ ସୁରକ୍ଷା, ପୂର୍ବତନ ଆମ୍ ଆଦମୀ ପାର୍ଟିର ନେତା ତଥା ଜଣାଶୁଣା କବି କୁମାର ବିଶ୍ୱାସଙ୍କୁ କେନ୍ଦ୍ର ସରକାର ଣ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । କୁମାର ବିଶ୍ୱାସ କିଛିଦିନ ତଳେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗମ୍ଭିର ଅଭିଯୋଗ ଆଣିବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି । ବିଶ୍ଵାସ ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ କେଜ୍ରିଓ୍ଵାଲଙ୍କ ଉପରେ ବିଚ୍ଛିନ୍ନତାବାଦୀଙ୍କ ସମର୍ଥନ କରୁଥିବା ଅଭିଯୋଗ କରିଥିଲେ। କବି କୁମାର ବିଶ୍ୱାସ ଗଣମାଧ୍ୟମ ଆଗରେ ଏଭଳି ବୟାନ ଦେବା ପରେ ଦେଶ ରାଜନୀତିରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

କଣ ଏହି ଓ୍ଵାଇ ଶ୍ରେଣୀ ସୁରକ୍ଷା ?
ଓ୍ଵାଇ ଶ୍ରେଣୀର ସୁରକ୍ଷାରେ ମୋଟ୍ ୧୧ ସୁରକ୍ଷାକର୍ମୀ ସାମିଲ୍। ଏଥିରେ ଦୁଇ ଜଣ ପିଏସଓ(ବ୍ୟକ୍ତିଗତ ସୁରକ୍ଷାଗାର୍ଡ) ମଧ୍ୟ ସାମିଲ୍। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା କୌଣସି ବ୍ୟକ୍ତିଙ୍କ ସୁରକ୍ଷା ଆକଳନ କରିବା ପରେ ସେହି ଆଧାରରେ ସୁରକ୍ଷା ଦିଆଯାଏ।

Leave a Reply

Your email address will not be published. Required fields are marked *