ଦେଶବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଇପିଏସ ଗିରଫ

(ଦ କୁଇଭର ) : ଗିରଫ ହେଲେ ଜଣେ ଆଇପିଏସ ଅଧିକାରୀ । ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଆଇପିଏସ ଅଧିକାରୀଙ୍କୁ ଏନ୍ଆଇଏ ଗିରଫ କରିଛି । ହିମାଚଳ କ୍ୟାଡରର ଆଇପିଏସ୍ ଅରବିନ୍ଦ ଦିଗବିଜୟ ନେଗୀ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବା’କୁ ଭାରତର ଗୋପନୀୟ ତଥ୍ୟ ଦେବା ସଂଦେହରେ ଗିରଫ କରିଛି । ଏହାକୁ ନେଇ ଏଜେନ୍ସିର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଏନେଇ ମୁଖପାତ୍ର କହିଛନ୍ତି ଯେ ଭାରତୀୟ ପୋଲିସ ସେବାର ୨୦୧୧ ବ୍ୟାଚରେ ପଦୋନ୍ନତି ପାଇଥିବା ନେଗିଙ୍କୁ ଗତ ବର୍ଷ ନଭେମ୍ବର ୬ରେ ଏନଆଇଏ ଦ୍ୱାରା ପଞ୍ଜୀକୃତ ମାମଲାରେ ଆଜି ଗିରଫ ହୋଇଛନ୍ତି ନେଗୀ ।

ଅଭିଯୋଗ ଥିଲା ଯେ, ଅଭିଯୁକ୍ତ ନକ୍ସଲ ସଂଗଠନକୁ ଭାରତର ଗୋପନ ତଥ୍ୟ ଦେଉଥିଲେ । ଫଳରେ ଆତଙ୍କବାଦୀମାନେ ନିଜର ଅପରେଶନରେ ସଫଳ ହେଉଥିଲେ । ଭାରତରେ ଆତଙ୍କବାଦୀ କାର୍ୟ୍ୟକଳାପର ଯୋଜନା ଏବଂ କାର୍ୟ୍ୟକାରିତା ପାଇଁ ସହାୟତା ଯୋଗାଇବା ପାଇଁ ଜ୍ଝ ଏହା ପୂର୍ବରୁ ଏନଆଇଏ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବୋଲି ଏଜେନ୍ସି ଏକ ପ୍ରେସ ବିବୃତ୍ତିରେ କହିଛି। ଏହା ମଧ୍ୟ ଆଶା କରାଯାଉଛି ଯେ ଗିରଫ ହେବା ପରେ ସରକାର ୨୦୧୭ ରେ ନେଗିଙ୍କୁ ଦିଆଯାଇଥିବା ସେବା ପାଇଁ ପୋଲିସ ପଦକ ପ୍ରତ୍ୟାହାର କରିବାକୁ ଚିନ୍ତା କରିପାରନ୍ତି।

Leave a Reply

Your email address will not be published. Required fields are marked *