ଉତ୍ତରପ୍ରଦେଶରୁ ହଟିଲା ନାଇଟ୍ କର୍ଫ୍ୟୁ

(ଦ କୁଇଭର): କରୋନା କଟକଣାକୁ ଦୃଷ୍ଟିରେ ରଖି ହଟିଲା ନାଇଟ କର୍ଫ୍ୟୁ । ଓଡିଶା ପରେ ଏବେ ଉତ୍ତରପ୍ରଦେଶରେ ହଟିଛି ନାଇଟ୍ କର୍ଫ୍ୟୁ । ଉତ୍ତରପ୍ରଦେଶ ସରକାର ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ମଧ୍ୟରେ କୁହାଯାଇଛି ଯେ କରୋନା ଉପରେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ସହ କରୋନା ଗାଇଡଲାଇନକୁ ମାନିବା ପାଇଁ ସତର୍କ କରାଯାଇଛି ।

କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା କାରଣରୁ ରାତି ୧୧ ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି ହୋଇଥିଲା। କଟକଣା ଲାଗୁ ହେବା କାରଣରୁ ଦୋକାନ,ବଜାର,ରେସ୍ତୋରାଁ ରାତି ୧୧ ସୁଦ୍ଧା ବନ୍ଦ କରାଯାଉଥିଲା। ଉତ୍ତରପ୍ରଦେଶରେ କରୋନାର ଦୈନିକ ସଂକ୍ରମଣ ଲଗାତାର କମ୍ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *