ଜଗା ଦର୍ଶନ କରିବେ ରାଷ୍ଟ୍ରପତି

(ଦ କୁଇଭର ) : ଆଜି ପୁରୀରେ ପହଁଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମିଲିଥିବା ସୂଚନା ଅନୁଯାଇ ଆଜି ଅପରାହ୍ନ ୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ୩ଟା ୨୫ରେ ପୁରୀରେ ହେଲିପ୍ୟାଡରେ ଅବତରଣ କରିବେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ ଓ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ରହିବେ। ଏହାପରେ ପୁରୀସ୍ଥିତ ରାଜଭବନରେ ଅବସ୍ଥାନ କରିବେ ।

ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ସେଠାରୁ ୫ଟା ୪୫ରେ ବାହାରିବେ । ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ୬ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବା ପାଇଁ ବ୍ୟବସ୍ଥା ହୋଇଛି ।

ସେହିଭଳି ଆସନ୍ତାକାଲି ଅର୍ଥାତ୍ ୨୦ତାରିଖ ସକାଳ ୧୦ଟା ୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉତ୍ସବରେ ଯୋଗ ଦେବେ । ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି। କୋଭିଡ ଗାଇଡ୍ ଲାଇନକ ନଜରେ ରଖି ସମସ୍ତ ବ୍ୟବସ୍ଥା କୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *