Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଋଷକୁ ଆମେରିକାର ଚେତାବନୀ: ଏବେ ବି ସମୟ ଅଛି…

(ଦ କୁଇଭର): ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ବିବାଦ । କୌଣସି ମୁହୂର୍ତ୍ତରେ ମୁହାଁମୁହିଁ ହୋଇପାରନ୍ତି ଏହି ୨ ଦେଶ । ୟୁକ୍ରେନର କହିବାନୁଯାୟୀ, ଋଷ ସେନା ୟୁକ୍ରେନ ସେନାମାନଙ୍କୁ ଆକ୍ରମଣ କରିବା ପାଇଁ ଉସକାଉଛି । ଏହାରି ଭିତରେ ଋଷକୁ ଶେଷ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ । ସେ କହିଛନ୍ତି, ଏବେ ମଧ୍ୟ ସମୟ ଅଛି, କଥାବାର୍ତ୍ତା ମଧ୍ୟରେ ବିବାଦ ସମାଧାନ ହୋଇପାରିବ । ବର୍ତ୍ତମାନ ମଧ୍ୟ ଟେବୁଲରେ ବସି ଉଭୟ ଦେଶ ଏହି ମୁଦ୍ଦା ଉପରେ ଚର୍ଚ୍ଚା କରି ସମାଧାନ ବାହାର କରିପାରିବେ ।

ଏହାସହ ସେ କହିଛନ୍ତି, ଏବେ କି ୟୁକ୍ରେନ ସୀମାକୁ ଜଗି ରହିଛନ୍ତି ଋଷ ସେନା । ସେମାନେ ୟୁକ୍ରେନକୁ ଘେରି ରହିଛନ୍ତି । କୌଣସି ମୁହୂର୍ତ୍ତରେ ଋଷ ସେନା ଆକ୍ରମଣ କରିପାରେ । ଯଦି ଏପରି ଯୁଦ୍ଧ ହୁଏ, ତେବେ ଆମେରିକା ଏବଂ ଏହାର ସହଯୋଗୀ ଦେଶ ୟୁକ୍ରେନକୁ ସମର୍ଥନ କରିବ । ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେ ମଧ୍ୟ ଋଷ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ପଛାଇବୁ ନାହିଁ ।

Exit mobile version