ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ସବୁଠୁ କମ୍ ମତଦାନ

(ଦ କୁଇଭର): ଆସନ୍ତାକାଲି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜ୍ଲିଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ମଇଦାନ କୁ ଓହ୍ଲାଇଛନ୍ତି ୬୮୯ ପାର୍ଥୀ । ୧୮ ହଜାର ୪୯୫ ୱାର୍ଡ ରହିଥିବା ବେଳେ ସେଥିରୁ ୨୭୭୩ ସମ୍ବେଦନଶୀଳ ବୁଥ୍ ରହିଛି । ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ମତଦାନ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ।ଗତ ନିର୍ବାଚନରେ ମତଦାନ ହାର ପର୍ୟ୍ୟାୟ ଅନୁଯାୟୀ ବଢ଼ିଥିବାବେଳେ ଏଥର ବି ସେହି ଧାରା ବଜାୟ ରହିଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ଦ୍ଵିତୀୟ ପର୍ୟ୍ୟାୟ ଭୋଟରେ ୭୮.୩ ପ୍ରତିଶତ ମତଦାନ ହୋଇଥିବା ବେଲେ ଗଞ୍ଜାମରେ ସବୁଠୁ କମ୍ ମତଦାନ ହୋଇଛି । ଏପଟେ ଦ୍ଵିତୀୟ ପର୍ୟ୍ୟାୟରେ ୧୩ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଦୁଇଟି ବୁଥରୁ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି । ପ୍ରଥମ ପର୍ୟ୍ୟାୟରେ ୨୫ଟି ବୁଥରେ ପୁନଃ ମତଦାନ ନେଇ ପ୍ରସ୍ତାବ ଆସିଛି । ଏସବୁ ଉପରେ ନିର୍ବାଚନ କମିଶନ ବିଚାର ବିମର୍ଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *