ପରପୁରୁଷ ସହ କଥା ହେବା ପଡିଲା ମହଙ୍ଗା, ହାଇକୋର୍ଟ ଦେଲେ ଏପରି ରାୟ

(ଦ କୁଇଭର) : ସ୍ୱାମୀ ସ୍ତ୍ରାଙ୍କ ସମ୍ପର୍କ ଏକ ଅଛିଣ୍ଡା ଅଙ୍କ ଯେତେ ଚାହିଁଲେବି କୋଉଠି ନା କୋଉଠି ଭାଗଶେଷ ରହିଯାଏ । ପତି ପତ୍ନୀଙ୍କ ସମ୍ପର୍କ ଯଦି ଭଲ ହୋଇ ନଥାଏ ତାହାହେଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ସମାଜକୁ ମଧ୍ୟ ଏକ ଖରାପ ବର୍ତ୍ତାଯାଇଥାଏ । ଏପରି ଏକ ଦମ୍ପତିଙ୍କ ଛାଡପତ୍ର ମାମଲାକୁ ନେଇ କେରଳ ହାଇକୋର୍ଟରେ ଏକ ମାମଲାର ଶୁଣାଣି ହୋଇଛି । ହାଇକୋର୍ଟ ମାମଲାର ଶୁଣାଣି ବେଳେ ଗୋଟିଏ ଦମ୍ପତିକୁ ଛାଡ଼ପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି ଏବଂ କହିଛନ୍ତି ଯେ, ସ୍ତ୍ରୀ ଯଦି ସ୍ୱାମୀର ବାରମ୍ବାର କହିବା ପରେ ମଧ୍ୟ ଅନ୍ୟ ପୁରୁଷ ସହିତ କଥା ହେଉଛି ତାହେଲେ ଏହାକୁ ବୈବାହିକ କ୍ରୁରତା ବୋଲି କୁହାଯିବ । ଏହି ମାମଲାରେ ସ୍ୱାମୀ ଏକ ପାରିବାରିକ କୋର୍ଟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଛାଡ଼ପତ୍ର ପାଇଁ ଅପିଲ୍ କରିଥିଲେ । ଉକ୍ତ ପାରିବାରିକ କୋର୍ଟରେ ବ୍ୟକ୍ତି ଜଣକ ବ୍ୟାଭିଚାର ଓ କ୍ରୁରତା ଆଧାରରେ ଛାଡ଼ପତ୍ର ପାଇଁ ଅନୁମତି ଦେବାକୁ ଅପିଲ୍ କରିଥିଲେ । କିନ୍ତୁ କୋର୍ଟ ତାକୁ ଖାରଜ କରିଦେଇଥିଲା । ତେଣୁ ପାରିବାରିକ କୋର୍ଟକୁ ଚ୍ୟାଲେଞ୍ଜ କରି ବ୍ୟକ୍ତି ଜଣକ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।

ରିପୋର୍ଟ ଅନୁସାରେ, କେରଳ ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଥିଲେ ଯେ, ପତ୍ନୀ ଓ ଅନ୍ୟ ପୁରୁଷ ମଧ୍ୟରେ ଫୋନ୍ କଲ୍ କୁ ପ୍ରମାଣ ଭାବରେ ନେଇ ବ୍ୟାଭିଚାରର ଅଭିଯୋଗ ଲଗାଇବା ପର‌୍ୟ୍ୟାପ୍ତ ନୁହେଁ । ଏହା ସହିତ କହିଥିଲେ ଯେ, ଦୁହିଁଙ୍କ ମଧ୍ୟରେ ବୈବାହିକ କଳହକୁ ନେଇ ପତ୍ନୀ ସଜାଗ ରହିବା ଜରୁରୀ । ଏହି ଦୁଇଜଣ ପୂର୍ବରୁ ତିନି ଥର ଅଲଗା ହୋଇପାରିଛନ୍ତି ଓ ଅନେକ ବୁଝାଇବା ପରେ ଏକାଠି ହୋଇଥିଲେ ।

ଏହି ଦମ୍ପତ୍ତିଙ୍କର ଗୋଟିଏ ସନ୍ତାନ ବି ରହିଛି । ଦୁହିଁଙ୍କ ମଧ୍ୟରେ କଳହ ୨୦୧୨ରୁ ଆରମ୍ଭ ହୋଇଥିଲା । ସେ ସମୟରେ ଶାଶୁ ଘର ଲୋକ ମାରପିଟ୍ କରୁଥିବା ଅଭିଯୋଗ ଆଣିଥିଲେ ପତ୍ନୀ । କିନ୍ତୁ ଏହା ପୂର୍ବରୁ ହିଁ ସ୍ୱାମୀଙ୍କର ନିଜ ପତ୍ନୀ ଉପରେ ସନ୍ଦେହ ଥିଲା ଯେ, ବିବାହ ପୂର୍ବରୁ ଅଫିସ୍ ରେ ଅନ୍ୟ ଜଣେ ପୁରୁଷ ସହିତ ତାଙ୍କ ସମ୍ବନ୍ଧ ଥିଲା । ଯାହା ବିବାହ ପରେ ବି ଜାରି ରହିଥିଲା । ତେବେ କୋର୍ଟ ଏହାକୁ ବି ଅପର୍ଯ୍ୟାପ୍ତ ପ୍ରମାଣ ବୋଲି ଦର୍ଶାଇଥିଲେ ।

Leave a Reply

Your email address will not be published. Required fields are marked *