Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଦାମଙ୍କ ଉପରେ ଆକ୍ରମଣ

(ଦ କୁଇଭର): ଦାମୋଦର ରାଉତଙ୍କ ଉପରେ ଆକ୍ରମଣ । ନିର୍ବାଚନକୁ ନେଇ ବଢୁଛି ହିଂସା, ଜଗତସିଂହପୁର ଜିଲ୍ଲାର କୁଜାଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ପଞ୍ଚାୟତରେ ଜଣେ ସରପଞ୍ଚ ପ୍ରାର୍ଥୀ ଏବଂ ତାଙ୍କର ୭ ଜଣ ସମର୍ଥକ ସୋମବାର ଦିନ ବରିଷ୍ଠ ରାଜନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଗାଡି ଉପରେ ଆକ୍ରମଣ କରିଥିବା ନେଇ ଏକ ମାମଲା ରୁଜୁ ହୋଇଛି । ରାଉତଙ୍କୁ ଗାଳିଗୁଲଜ ସହ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହେବା ପରେ ୮ ଜଣଙ୍କୁ ଗିରଫ କରିଛି ତିର୍ତୋଲ ପୋଲିସ ।

ଖବର ଅନୁଯାୟୀ, ଯେତେବେଳେ ରାଉତ ଘରକୁ ଫେରୁଥିଲେ ସେତେବେଳେ ସରପଞ୍ଚ ପ୍ରାର୍ଥୀ ସରୋଜ ସେଠୀ ସେହି ରାସ୍ତାରେ ଏକ ରାଜନୈତିକ ଶୋଭାଯାତ୍ରା କରି ସାଇଲୋ ପଞ୍ଚାୟତ ଅନ୍ତର୍ଗତ ବାଲିସାହି ଗ୍ରାମ ନିକଟରେ ମୁହାଁମୁହିଁ ହୋଇଥିଲେ। ସେଠୀ ରାଉତଙ୍କୁ ଦୁର୍ବ୍ୟବହାର କରି ତାଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ ରାଉତ କୁଜଙ୍ଗର ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Exit mobile version