ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୪୨ ଗିରଫ

(ଦ କୁଇଭର): ସାମ୍ବାଦିକଙ୍କୁ ଆକ୍ରମଣ ପଡ଼ିଲା ମହଙ୍ଗା । ଏହି ଘଟଣାରେ ୪୨ ଗିରଫ ହୋଇଛନ୍ତି । ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବଢିଛି ଗିରଫଦାରୀ ସଂଖ୍ୟା । ଆକ୍ସନ ମୁଡକୁ ଆସିଛି ପୋଲିସ । ଆକ୍ରମଣ ଘଟଣାରେ ଗିରଫଦାରୀ ସଂଖ୍ୟା ୪୨କୁ ବୃଦ୍ଧ ପାଇଛି । ଏପର୍ଯ୍ୟନ୍ତ ୪୨ଜଣଙ୍କୁ ଗିରଫ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । ଗତକାଲି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

ପୂର୍ବରୁ ଏହି ଘଟଣାରେ ୧୧ଜଣ ଅଭିଯୁକ୍ତଙ୍କୁ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ୬ଜଣ ମହିଳା ରହିଥିଲେ ।ଗତକାଲି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା । ଗତକାଲି ୩ଜଣ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।

Leave a Reply

Your email address will not be published. Required fields are marked *