Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଫିଲ୍ମ ଅଫ୍ ଦି ଇୟର ‘ପୁଷ୍ପା’

(ଦକୁଇଭର):ଫିଲ୍ମ ଅଫ୍ ଦି ଇୟର୍ ଆୱାର୍ଡ ହାତେଇଲା ‘ପୁଷ୍ପା’। ସୁପରଷ୍ଟାର୍ ଅଲୁଅର୍ଜୁନଙ୍କ ଫିଲ୍ମ ପୁଷ୍ପାକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଲେ ଫିଲ୍ମ ଅଫ ଦି ଇୟରର ଆୱାର୍ଡ ମିଳିଛି । ଏଥିସହ ତାଙ୍କ ଆକ୍ଟିଙ୍ଗ ଅନ୍‌ଦାଜକୁ ନେଇ ଦେଖିବାକୁ ମିଳିଛି ସବୁଠି କ୍ରେଜ୍ । ଅଲୁଙ୍କ ନୂଆ ଲୁକ୍ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ହିଟ୍ ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା’ କେବଳ ତେଲୁଗୁ ବକ୍ସ ଅଫିସ ନୁହଁ ବରଂ ହିନ୍ଦି ବକ୍ସ ଅଫିସରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି । ବଡ଼ ସ୍କ୍ରିନରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିଛି ପୁଷ୍ପା ।

ରବିବାର ମୁମ୍ବାଇ ମାୟାନଗରୀରେ ଅନୁଷ୍ଠିତ ହୋଇଥିଲା ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୨। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫିଲ୍ମ ଜଗତର ସର୍ବଶ୍ରେଷ୍ଠ ଷ୍ଟାର୍ସ ଏବଂ ଫିଲ୍ମକୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି। ଫିଲ୍ମ ଠାରୁ ଆରମ୍ଭ କରି ଟିଭି ଯାଏଁ, ଏଣ୍ଟରଟେନ୍ମେଣ୍ଟ ୱାର୍ଲ୍ଡରେ ଦମ୍ଦାର କାମ କରିଥିବା ବ୍ୟକ୍ତି ତଥା ବିଷୟ ବସ୍ତୁକୁ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ କ୍ୟାଟେଗୋରୀ ଅନୁଯାୟୀ ଆୱାର୍ଡ ଦିଆଯାଇଛି। ସେହିିପରି ରଣବୀର ସିଂହଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ଆୱାର୍ଡ। ଶ୍ରେଷ୍ଠ ଅଭିନେତ୍ରୀ ଭାବେ କ୍ରିତି ସେନନ୍ ପାଇଛନ୍ତି ଦାଦା ସାହେବ ଫାଲକେ ଆୱାର୍ଡ। ଏହି କାର‌୍ୟ୍ୟକ୍ରମରେ ଆଶା ପାରେଖ, ଲାରା ଦତ୍ତା, ରଣବୀର ସିଂ ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀଙ୍କ ସମେତ ବହୁ ଜଣାଶୁଣା କଳାକାର ଯୋଗ ଦେଇଥିଲେ।

Exit mobile version