Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଭାରତ ଆଗରେ ମୁଣ୍ଡ ନୁଆଁଇଲେ ଇମ୍ରାନ !

(ଦ କୁଇଭର):ପାକିସ୍ତାନର ବିକଳ ଅବସ୍ଥା । ଖୋଜୁଛି ସାହାଯ୍ୟର ହାତ । ଭାରତ ସହ ଯୋଡିବାକୁ ଚାହୁଁଛି ସମ୍ପର୍କ । ଇମ୍ରାନ ସରକାର ଜଣିସାରିଲେଣି ଭାରତବିନା ପାକିସ୍ତାର ବିକାଶ ଅସମ୍ଭବ । ତେଣୁ ଭାରତ ଆଗରେ ମୁଣ୍ଡ ନୁଆଇବାକୁ ବି ପଛାଉନାହାନ୍ତି ଇମ୍ରାନ । ଆଗକୁ କୌଣସି ବଡ ବିପଦକୁ ସାମ୍ନାକରିବାକୁ ଯାଉଛି ପାକିସ୍ତାନ । ଦିନକୁ ଦିନ ଦେବାଳିଆ ହେବା ସହ ସମସ୍ତଙ୍କ ଠାରେ କୁମ୍ଭିର କାନ୍ଦନା କାନ୍ଦୁଛି । ଏହାକୁ ହୃଦୟଙ୍ଗମ୍ କରି ଭାରତ ବିନା ଅସ୍ତିତ୍ୱ ବଞ୍ଚାଇବା କଷ୍ଟକର ବୋଲି ପାକ୍ ସରକାର ଜାଣିସାରିଲେଣି । ନାଲି ଆଖି ଦେଖାଉଥିବା ଇମ୍ରାନ ଏବେ ଭାରତ ସହ ସୁମ୍ପର୍କ ସ୍ଥାପନା କରିବା ସହ ବାଣିଜ୍ୟକାର ଆରମ୍ଭ କରିବା ପାଇଁ ମନବଳେଇଲାଣି ।

ତେବେ ଗତ ରବିବାର ଦିନ ପାକିସ୍ତାନୀ ଗଣମାଧ୍ୟମରୁ ପ୍ରକାଶିତ ଏକ ଖବର ଅନୁଯାୟୀ ବାଣିଜ୍ୟ, ଶିଳ୍ପ ଏବଂ ଉତ୍ପାଦନ ପୁଞ୍ଜି ବିନିଯୋଗ ଉପରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଅବଦୁଲ ରଜାକ ଡାୱଡ କହିଛନ୍ତି ଯେ ଭାରତ ସହ ବାଣିଜ୍ୟକାରବାର ଆରମ୍ଭ ହେବା ଦରକାର ଯାହା ଦ୍ୱାରା ଉଭୟ ଦେଶ ପାଇଁ ଲାଭଦାୟକ ହେବ । ଏଥିସହ ରୁଷିଆ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଏବଂ ପାକିସ୍ତାନରେ ପାଇପଲାଇନ ସ୍ଥାପନ କରିବାକୁ ଚାହୁଁଛି ବୋଲି ଗତ ରବିବାର ଦିନ ସେ କହିଛନ୍ତି। ଆଉ ମଧ୍ୟ କହିଛନ୍ତି “ମୋର ଆଭିମୁଖ୍ୟ ହେଉଛି ଯେ ଆମେ ଭାରତ ସହ ବାଣିଜ୍ୟ କରିବା ଉଚିତ ଏବଂ ଏହା ବର୍ତ୍ତମାନ ଠିକ୍ ହେବ ବୋଲି ପାକିସ୍ତାନର ବାଣିଜ୍ୟ ବିକାଶ ପ୍ରାଧିକରଣ ଦ୍ୱାରା ଆୟୋଜିତ ଇଞ୍ଜିନିୟରିଂ ଏବଂ ସ୍ୱାସ୍ଥ୍ୟସେବା ଉପରେ ଲାଭ ଦାୟକ ହେବ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ।

Exit mobile version