ଲାଲୁଙ୍କୁ ୫ ବର୍ଷ ଜେଲ ଦଣ୍ଡ

(ଦକୁଇଭର) : ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ପେଶାଲ ସିବିଆଇ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । ରାଞ୍ଚି ଡୋରଣ୍ଡା କୋଷାଗାର କେସ୍‌ରେ ସଜା ଶୁଣାଣି କରାଯାଇଛି । କେବଳ ଜେଲଦଣ୍ଡ ନୁହେଁ ବରଂ ଜରିମାନା ବାବଦକୁ ୬୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲାଲୁଙ୍କ ଓକିଲଙ୍କ କହିବା ଅନୁଯାୟୀ, ଖୁବଶୀଘ୍ର ଜାମିନ ପାଇଁ ଆବେଦନ କରାଯିବ । ତେବେ ଜାମିନ ନ ମିଳିଲେ ଲାଲୁଙ୍କୁ ପୁଣିଥରେ ଜେଲରେ ରହିବାକୁ ପଡିବ । ଲାଲୁ ୧୩୯.୩୫ କୋଟି ଦୁର୍ନୀତି ମାମଲାରେ ଦୋଷି ସାବ୍ୟସ୍ତ ହୋଇଥିଲେ । ପୁର୍ବରୁ ଚାରୋଟି ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଚଳିତ ମାସ ୧୫ ତାରିଖରେ ଲାଲୁଙ୍କ ସମେତ କୋର୍ଟ ୭୫ ଜଣଙ୍କୁ ଦୋଷୀ ବୋଲି ରାୟ ଦେଇଥିଲେ । ଏମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ତିନି ବର୍ଷ ଲେଖାଏ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଆଜି ୩୮ ଜଣଙ୍କର ଭିଡିଓ କନଫରେନ୍ସି ଜରିଆରେ ଦଣ୍ଡବିଧାନ ଶୁଣାଣି କରାଯାଇଛି । ତେବେ ସିବିଆଇ କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ହାଇକୋର୍ଟ ଯିବେ ବୋଲି ଲାଲୁଙ୍କ ଓକିଲ କହିଛନ୍ତି ।

Leave a Reply

Your email address will not be published. Required fields are marked *