କର୍ମୀଙ୍କ ପାଦ ଛୁଇଁଲେ ମୋଦୀ,ଭିଡିଓ ଭାଇରାଲ

(ଦ କୁଇଭର): ପୁଣି ଚର୍ଚ୍ଚାରେ ମୋଦୀ। କର୍ମୀଙ୍କୁ ସମ୍ମାନ ଜଣାଇ ପାଦ ଛୁଇଁଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ସମସ୍ତଙ୍କ ସାମ୍ନାରେ ଏପରି କାର୍ଯ୍ୟକୁ ନେଇ ପୁଣି ପ୍ରଶଂସାର ପାତ୍ର ହୋଇଛନ୍ତି । ସେ ଏକ ଜନସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଭିଡିଓ ଦେଖିବା ପରେ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ରବିବାର ଉତ୍ତରପ୍ରଦେଶର ଜନସଭାରେ ଉନ୍ନାଓ ବିଜେପି ଜିଲ୍ଲା ସଭାପତି ଅବଧେଶ କଟିୟାର ମୋଦୀଙ୍କୁ ଶ୍ରୀରାମଙ୍କ ଏକ ମୂର୍ତ୍ତି ଉପହାର ଦେଇଥିଲେ ।

ଏହାପରେ ସେ ମୋଦୀଙ୍କ ପାଦ ସ୍ପର୍ଶ କରିଥିଲେ । ଏହା ଦେଖି ତୁରନ୍ତ ମୋଦୀ ତାଙ୍କୁ ରୋକିଥିଲେ । କିଏ ତାଙ୍କ ପାଦ ସ୍ପର୍ଶ କରୁ ବୋଲି ସେ ଚାହୁଁନଥିବା ମୋଦୀ ଇଶାରାରେ କହିଥିଲେ । ଏହାପରେ ସେ ନିଜେ ଅବଧେଶଙ୍କ ପାଦ ଛୁଇଁଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି । ବିଜେପି ନେତା ଅରୁଣ ଯାଦବ ଏହି ଭିଡିଓ ସେୟାର କରିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, କେବଳ ଜଣେ କାର୍ଯ୍ୟକର୍ତ୍ତାଙ୍କ ପାଦ ମୋଦୀ ହିଁ ସ୍ପର୍ଶ କରିପାରନ୍ତି । କାରଣ ଶ୍ରୀରାମଙ୍କ ମୂର୍ତ୍ତି ଦେଇଥିବା ବ୍ୟକ୍ତି ତାଙ୍କ ପାଦ ସ୍ପର୍ଶ କରୁ ବୋଲି ମୋଦୀ ଚାହାଁନ୍ତି ନାହିଁ ।

Leave a Reply

Your email address will not be published. Required fields are marked *