ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା ଶ୍ରୀଲଙ୍କା

(ଦ କୁଇଭର): ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା କରିଛି । ଭାରତ ବିପକ୍ଷ ସିରିଜ୍ ପାଇଁ ଶ୍ରୀଲଙ୍କା ଦଳରୁ ଏକାଧିକ ଖେଳାଳି ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ଦଳରୁ ବାଦ୍‌ ପଡିଛନ୍ତି ଏକାଧିକ ଖେଳାଳି । ଯାହାଫଳରେ ଏହା ଶ୍ରୀଲଙ୍କା ଦଳକୁ ଲାଗିଛି ଏକ ଶକ୍ତ ଝଟକା ।

ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା କରିବା ପୂର୍ବରୁ ଭାରତ ଦଳ ଘୋଷଣା କରିସାରିଛି। ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଅଭିଜ୍ଞ ଖେଳାଳିଙ୍କୁ ବିଶ୍ରାମ ଦେଇଛି । ତେବେ ନିକଟରେ ଶେଷ ହୋଇଥିବା ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ସିରିଜକୁ ୦-୩ରେ ମୂଳପୋଛ କରିଥିଲା ଭାରତ । ଯାହା ଟିମ୍ ଇଣ୍ଡିଆର ଆତ୍ମବିଶ୍ବାସ ବଢାଇଛି । ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପାଇଁ ଅନେକ ନବାଗତଙ୍କୁ ଦଳ ସୁଯୋଗ ଦେଇଛି ।

ସୂଚନା ଅନୁସାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ଫେବୃଆରୀ ୨୪ ତାରିଖ ଲକ୍ଷ୍ନୌ, ଦ୍ବିତୀୟ ମ୍ୟାଚ୍‌ ୨୬ ତାରିଖ ଧର୍ମଶାଳା ଏବଂ ଶେଷ ଟି-ଟ୍ବେଣ୍ଟି ଫେବୃଆରୀ ୨୭ ତାରିଖରେ ସେହି ଧର୍ମାଶାଳାରେ ଖେଳାଯିବ । ସେହିଭଳି ଶ୍ରୀଲଙ୍କା ବିପକ୍ଷ ଦୁଇ ଟିକିଆ ଟେଷ୍ଟ ପାଇ ମାର୍ଚ୍ଚ ୪ ରୁ ୮ ତାରିଖ ମୋହାଲୀ ଏବଂ ଦ୍ବିତୀୟ ଟେଷ୍ଟ ମାର୍ଚ୍ଚ ୧୨ ତାରିଖରୁ ୧୬ ତାରିଖ ଯାଏଁ ବେଙ୍ଗାଲୁରୁରେ ଖେଳାଯିବ ।

ଶ୍ରୀଲଙ୍କା ଟି-୨୦ ଦଳ: ଦାଶୁନ୍ ଶନାକା (ଅଧିନାୟକ), ପାଥୁମ୍ ନିଶାଙ୍କା, କୁଶଲ ମେଣ୍ଡିସ୍, ଚରିଥ୍ ଆସାଲଙ୍କା (ଉପ-କ୍ୟାପଟେନ୍), ଦଦନେଶ ଚାନ୍ଦିମାଲ୍, ଦନୁସ୍କା ଗୁନଥିଲାକା, କାମିଲ ମିସାରା, ଜାନିଥ୍ ଲିଆନେଗ, ୱାନିନ୍ଦୁ ହସାରଙ୍ଗା, ଚମାକି କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲାହିରୁ କୁମାରା, ବିନୁରା ଫର୍ଣ୍ଣାଣ୍ଡୋ, ଶିରାନ ଫର୍ଣ୍ଣାଣ୍ଡୋ, ମହିଷ ତିକ୍ଷାନା, ଜିଫ୍ରି ୱାଣ୍ଡରସେ, ପ୍ରବୀଣ ଜୟବିକ୍ରମା, ଏସିୟାନ ଡାନିଏଲ୍‌

ଭାରତର ଟି-୨୦ ଟିମ୍‌: ରୋହିତ ଶର୍ମା (ଅଧିନାୟକ), ଋତୁରାଗ ଗାୟକଓ୍ବାଡ୍, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ୍ ଆୟର, ଦୀପକ ହୁଡ୍ଡା, ଯଶପ୍ରୀତ ବୁମରାହ (ଉପ ଅଧିନାୟକ) ମହମ୍ମଦ ସିରାଜ୍, ହର୍ଷଲ ପଟେଲ, ସଞ୍ଜୁ ସାମସନ୍‌, ରବୀନ୍ଦ୍ର ଜାଡେଜା, ଯୁଜବେନ୍ଦ୍ର ଚହଲ, ରବି ବିଷ୍ଣୋୟୀ, କୁଲଦୀପ ଯାଦବ ଏବଂ ଆବେଶ ଖାନ

Leave a Reply

Your email address will not be published. Required fields are marked *