ଜଗା ଦର୍ଶନ ପାଇଁ ଆଜିଠୁ ହଟିଲା କଟକଣା, ଆଉ ଦେବାକୁ ପଡିବନି ପ୍ରମାଣପତ୍ର

(ଦ କୁଇଭର) : ଆଜିଠାରୁ ଶ୍ରୀ ମନ୍ଦିରରେ ସହଜ ହେବ ଜଗା ଦର୍ଶନ । ଜଗା ଦର୍ଶନକୁ ନେଇ ହୋଇଥିବା କଟକଣା କୁ କୋହଳ କରାଯାଇଛି । ଏଣିକି ଜଗାଦର୍ଶନ ପାଇଁ ଦରକାର ପଡିବନି କୋଭିଡ୍ ସାର୍ଟିଫିକେଟ । କେବଳ ମାସ୍କ ଓ ସାନିଟାଇଜର୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ସକାଳ ୬ରୁ ରାତି ୯ଟା ମଧ୍ୟରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ।

ଦର୍ଶନ କଟକଣା କୋହଳ କରାଯାଇଥିବାରୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସପ୍ତାହର ପ୍ରତି ରବିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପାଇଥିବାରୁ ଅନେକ କଟକଣାର ସହିତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯାଉଥିଲା । ତୃତୀୟ ଲହର ସମୟରେ କିଛି ବ୍ୟବଧାନ ପାଇଁ ମନ୍ଦିରକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଥିଲା । ହେଲେ ଏବେ ସଂକ୍ରମଣ କମିବା ପୁଣି ପୂର୍ବ ଭଳି ଭକ୍ତ ମାନେ ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ ।

Leave a Reply

Your email address will not be published. Required fields are marked *