ପିଟି ପିଟି ହତ୍ୟା ଅଭିଯୋଗ : ମନ୍ତ୍ରୀଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କଲା ବିଜେଡି

(ଦକୁଇଭର) :ପଞ୍ଚାୟତ ନିର୍ବାଚନ ସରିବା ପରେ ମଧ୍ୟ ଥମୁନି ହିଂସା । ଭଦ୍ରକର ଧାମନଗର ଅଂଚଳରେ ଭୟଙ୍କର ନିର୍ବାଚନୀ ହିଂସାକାଣ୍ଡ ଘଟିଛି । ଗତକାଲି ରାତିରେ ଦଳାଙ୍ଗ ପଂଚାୟତର ଜାହାଙ୍ଗିରି ଅଂଚଳରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ପ୍ରତାପ ଚନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି ବିଜେଡି ।

ମିଳିଥିବା ସୂଚନା ଅନୁଯାଇ ଗତକାଲି ରାତିରେ ପ୍ରଚାରକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଉତେଜନା ଦେଖା ଦେଇଥିଲା । ବିଜେଡି ଓ ବିଜେପିର ୨ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ଘଟିଥିବା କୁହାଯାଉଛି । ଅନ୍ୟପଟେ ଏହି ହିଂସାକାଣ୍ଡରେ ପ୍ରତାପଙ୍କୁ ବିଜେପି କର୍ମୀ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେଡି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ହତ୍ୟା କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ତେଣୁ ସଂପୃକ୍ତ ନେତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ସହ ଗିରଫ ଦାବି କରିଛି ବିଜେଡି ।

Leave a Reply

Your email address will not be published. Required fields are marked *