ରନିଙ୍ଗ ଟ୍ରାକ୍‌ରେ ନବୀନ

(ଦକୁଇଭର): ସ୍ପୋର୍ଟ୍ସ ମ୍ୟାନ୍ ଲୁକ୍‌ରେ ନବୀନ। ଅଚାନକ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ପୁଣି ଚିରା ଚରିତ କୁର୍ତ୍ତା ପାଇଜାମାରେ ନୁହେଁ ଖେଳାଳିଙ୍କ ଭଳି ରନିଙ୍ଗ ଲୁକ୍‌ରେ ନଜର ଆସିଥିଲେ ନବୀନ । ପିନ୍ଧିଥିଲେ ଟ୍ରାକ୍ ପ୍ୟାଣ୍ଟ ଓ ଟି ସାର୍ଟ । ରନିଙ୍ଗ ଟ୍ରାକ୍‌ରେ ଖେଳାଲି ଭଳି ଚାଲି ଚାଲି ନିଜର ଫିଟ୍‌ନେସ୍ ଦେଖାଇଥିଲେ ନବୀନ । ତାଙ୍କର ଏହି ଫିଟ୍‌ନେସ ଶୋ ନିନ୍ଦୁକଙ୍କୁ ପୁଣି ଥରେ ଚାପୁଡା ଭଳି ଲାଗିଛି । ଦେହ ଅସୁସ୍ଥତାକୁ ନେଇ ଗୁଜବ ପରେ ସେ ନିଜେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଏହି ଗୁଜବ ଉପରେ ସଫେଇ ଦେଇଥିଲେ ଯେ ସେ ଏକ୍ ଦମ୍ ସୁସ୍ଥ ଅଛନ୍ତି ଆଉ ନିର୍ବାଚନ ବେଳେ ଏମିତି ଗୁଜବ ଉଠିଥାଏ । ଲିଙ୍ଗରାଜ ମନ୍ଦିରରେ ସୁସ୍ଥ ବୋଲି କହିଲେ ଆଉ ଗତକାଲି କଳିଙ୍ଗ ଷ୍ଟାଡିୟମରେ ଦେଖାଇ ଦେଲେ ତାଙ୍କର ଫିଟ୍‌ନେସ୍ । ଖାଲି ଟ୍ରାକ୍‌ସୁଟ୍ ଓ ଟି-ସାର୍ଟ ପିନ୍ଧିନଥିଲେ ରନିଙ୍ଗ ଟ୍ରାକ୍‌ରେ ବି ଚାଲିପାରୁଥିବା ଦେଖାଇଦେଲେ ।
ସୋମବାର କଳିଙ୍ଗ ଷ୍ଟାଡିୟମ ଯାଇ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ଭାରତର ପୁରୁଷ ଓ ମହିଳା ହକି ଟିମର ଖେଳାଳିମାନଙ୍କୁ ଭେଟି ପ୍ରୋ-ଲିଗ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ । କଳିଙ୍ଗ ଷ୍ଟାଡିୟମରେ ଇନଡୋର ଆଥଲେଟିକ୍ ଷ୍ଟାଡିୟମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହା ପରେ ଷ୍ଟାଡିୟମରେ ବସି ଓଡିଶା ମହିଳା ଫୁଟ୍‌ବଲ ଲିଗ୍‌ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳିମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ସେ ଯାହା ହେଉ କଳିଙ୍ଗ ଷ୍ଟାଡିୟମର ପରିଦର୍ଶନ ହେଉପଛେ ନବୀନ ଗୋଟେ କଥା ଦେଖାଇ ଦେଲେ ସେ ରନିଙ୍ଗ ଟ୍ରାକ୍‌ରେ ବି ଚାଲି ପାରୁଛନ୍ତି ।

Leave a Reply

Your email address will not be published. Required fields are marked *