ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ

(ଦକୁଇଭର) : ଶାନ୍ତିଶୃଙ୍ଖଳାରେ ସରିଲା ଚତୁର୍ଥପର୍ଯ୍ୟାୟ ମତଦାନ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ୧୭ ହଜାର ୮୯ଟି ବୁଥରେ ମତଦାନ କରାଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା । ମିଳିଥିବା ସୂଚନା ଅନୁଯାଇ ଆଜି ୭୦ ପ୍ରତିଶତ ମତଦାନ ହୋଇଛି । ହେଲେ ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ମତଦାନ ବାତିଲ କରାଯାଇଛି ।ଏଥିସହ ଯାଜପୁରରେ ୪ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ କରାଯାଇଛି ।

ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ମତଦାନ ବାଧାପ୍ରାପ୍ତ ହୋଇଥିବା ୪୫ଟି ବୁଥରେ ଆସନ୍ତାକାଲି ରି ପୁଲିଂ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *