ଋଷ ପାଖରେ ରହିଛି ‘ଫାଦର ଅଫ୍ ଅଲ୍ ବମ୍’: ଜାଣନ୍ତୁ କ’ଣ ରହିଛି ଏହି ବମ୍ ର ବିଶେଷତ୍ୱ ?

(ଦ କୁଇଭର): ମୁହାଁମୁହିଁ ଋଷ-ୟୁକ୍ରେନ୍ । ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ୟୁକ୍ରେନର ଆକାଶରେ ଖେଳିଯାଇଛି ଯୁଦ୍ଧର କଳା ବାଦଲ । ସବୁଠି ଧୂଆଁ ଧୂଆଁ । ଲାଗୁଛି ଯେମିତି ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉଛି ସାରା ବିଶ୍ୱ । ଏହାରି ଭିତରେ ପ୍ରତ୍ୟକ ଦେଶ ସେମାନଙ୍କର ଶକ୍ତି ଦେଖାଇ ଚାଲିଛନ୍ତି । ୟୁକ୍ରେନ ସୀମା ଭିତରେ ପଶି ଋଷ ଖେଳାଇଛି ଆତଙ୍କ । ସେପଟେ ଋଷକୁ ମଧ୍ୟ ମୁହଁଡୋଡ଼ ଯବାବ ଦେଇଛି ୟୁକ୍ରେନ୍ । ୟୁକ୍ରେନରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ମଧ୍ୟ ହୋଇଛନ୍ତି ।

ତେବେ ଏହାରି ଭିତରେ ଋଷ ଦେଖାଇଛି ନିଜର ଶକ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଋଷ ପାଖରେ ରହିଛି, ‘ଫାଦର ଅଫ୍ ଅଲ୍ ବମ୍’ । ଏହା ଏକ ‘ନନ୍ ନ୍ୟୁକ୍ଲିୟର’ ବମ୍ ଅଟେ । ଏହା ବହୁତ ଶକ୍ତିଶାଳୀ ମଧ୍ୟ ଅଟେ । ବ୍ରିଟିଶ୍ ମିଡିଆର ରିପୋର୍ଟ ଅନୁଯାୟୀ, ଏହି ବମ୍ ପକାଇବା ପାଇଁ ପୁଟିନ୍ ଅନୁମତି ଦେଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ଏହି ବମ୍ ଝଟକା ଓ ଡରାଇବା ପାଇଁ ସାଧାରଣତଃ ବ୍ୟବହାର କରାଯାଇଥାଏ । ଏହା ନନ ନ୍ୟୁକ୍ଲିୟର ବମ୍ ହେଲେ ମଧ୍ୟ ଏହା ବହୁତ କ୍ଷତିକାରକ ।

ଋଷ ପାଖରେ ଥିବା ଏହି ବମ୍ ଥର୍ମୋବେରିକ୍ ବମ୍ ଅଟେ । ଏହା ୩୦୦ ମିଟର ରେଡିୟସ ଭିତରେ ବ୍ଲାଷ୍ଟ କରି କ୍ଷତି ପହଞ୍ଚାଇ ପାରିବ । ଏହି ବମ୍ କୁ ୨୦୦୭ରେ ପ୍ରସ୍ତୁତ କରିଥିଲା । କୁହାଯାଏ ଏହା ମଦର ଅଫ୍ ଅଲ୍ ବମ୍ ଠାରୁ ୪ଗୁଣା ଶକ୍ତିଶାଳୀ ଅଟେ । ତେଣୁ ୟୁକ୍ରେନ୍ ଉପରେ ଏହା କୌଣସି ମୁହୂର୍ତ୍ତରେ ପ୍ରୟୋଗ କରିପାରେ ।

Leave a Reply

Your email address will not be published. Required fields are marked *