ଋଷ ବିରୋଧରେ ଲଢିବେ ୩୦ ଦେଶ

(ଦ କୁଇଭର): ୟୁକ୍ରେନରେ ଚାଲିଛି ମିଶାଇଲ ଆଟାକ୍ । ୟୁକ୍ରେନର ୧୧ ରୁ ଅଧିକ ସହର ଉପରେ ରୁଷ ମିସାଇଲ୍ ବର୍ଷା କରିବାରେ ଲାଗିଛି । ଯାହାଫଳରେ ଅଧିକାଂଶ ସହର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି । ୟୁକ୍ରେନ ଆକାଶରେ ଏବେ ଖେଳିଯାଇଛି କଳା ବାଦଲ । ପରିସ୍ଥିତି ଏବେ ଜଟିଳ ହେବାରେ ଲାଗିଛି । ୟୁକ୍ରେନର ସେନା ଆଡ୍ଡା ଓ ଏୟାରବେସ୍ ଉପରକୁ ଟାର୍ଗେଟ୍ କରି ଧ୍ୱଂସ କରାଯାଇଛି । ଅନ୍ୟପଟେ ୟୁକ୍ରେନ କହିଛି ଯେ, ଆମେ ହାର୍ ମାନିବୁ ନାହିଁ। ରୁଷ ଯୁଦ୍ଧ ଘୋଷଣା କରିଥିଲେ ମଧ୍ୟ ୟୁକ୍ରେନ ନିଜର ସୁରକ୍ଷା କରିବାକୁ ସକ୍ଷମ । ଏଥିସହ ୟୁକ୍ରେନ ଏହି ଲଢ଼େଇରେ ଜିତିବ ବୋଲି ଦେଶର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା ଦମ୍ଭୋକ୍ତି କରିଛନ୍ତି।

ସେପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଦେଖି ଏକ୍ଜୁଟ ହୋଇଛନ୍ତି ନାଟୋ । ନାଟୋର ୩୦ ସଦସ୍ୟ ଦେଶ ମିଶି ଋଷ ଉପରେ ଆକ୍ରମଣ ହେବାର ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁଯାୟୀ, ନାଟୋ ଋଷ ବିରୋଧରେ Article-4ର ପ୍ରୟୋଗ କରିପାରେ ବୋଲି ଅର୍ନ୍ତଜାତୀୟ ଗଣମାଧ୍ୟମରୁ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *