ଆମେରିକାକୁ ପୁଟିନଙ୍କ ନାଲିଆଖି: ୟୁକ୍ରେନ୍ ମାମଲାରେ ହସ୍ତକ୍ଷେପ କଲେ ଛାଡ଼ିବୁ ନାହିଁ

(ଦ କୁଇଭର): ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ସାରା ବିଶ୍ୱ । ୟୁକ୍ରେନ୍ ଉପରେ ଆକ୍ରମଣ କଲା ଋଷ । ମୁହାଁମୁହିଁ ହୋଇଛନ୍ତି ୨ ଶକ୍ତିଶାଳୀ ଦେଶ । ୟୁକ୍ରେନ ସୀମା ଭିତରେ ପଶି ଯୁଦ୍ଧର ଡାକରା ଦେଲା ଋଷ । ୟୁକ୍ରେନ୍ ରାଜଧାନୀ ସମେତ ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି ରକେଟ୍ ମାଡ଼ । ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ଏବେ ୟୁକ୍ରେନରେ ଚାଲିଛି ଘମାଘୋଟ୍ ଲଢେଇ । ୟୁକ୍ରେନ ଉପରେ କ୍ରୁଜ୍ ଓ ମିସାଇଲର ସିରିଜ୍ ଆଟାକ୍ କରିଚାଲିଛି ଋଷ । ସେପଟେ ଋଷର ଯୁଦ୍ଧ ଘୋଷଣା ପରେ ଦମ୍ଭ ଦେଖାଇଛି ୟୁକ୍ରେନ୍ । ୟୁକ୍ରେନ୍ ଆକାଶରେ ଉଡ଼ୁଥିବା ୫ଟି ଋଷର ଫାଇଟର ଜେଟକୁ ଧ୍ୱଂସ କରିଛି ୟୁକ୍ରେନ୍ । ୟୁକନେ୍ ସୀମା ଭିତରେ ପଶି କ୍ୱିବ ଏୟାରପୋର୍ଟକୁ ନିଜ କବ୍ଚାକୁ ନେଇଛି ଋଷ ସେନା ।

ସେପଟେ ଆମେରିକାକୁ ପୁଟିନ୍ ଦେଖାଇଛନ୍ତି ନାଲିଆଖି । ପୁଟିନ୍ କହିଛନ୍ତି, ରେଡ ଲାଇନ୍ ପାର କରିଛି ଆମେରିକା । ୟୁକ୍ରେନ୍ ମାମଲାରେ ହସ୍ତକ୍ଷେପ କଲେ ଛାଡ଼ିବୁ ନାହିଁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚେତାବନୀ ଦେଇ କହିଛନ୍ତି, ୟୁକ୍ରେନ୍ ମାମଲା ଭିତରେ ମୁଣ୍ଡ ପୁରାନ୍ତୁ ନାହିଁ । ଯଦି ମୁଣ୍ଡ ଖେଳାଇବ, ତେବେ ଏହାର ପରିଣାମ ଭୟଙ୍କର ହେବ, ଯାହା କେବେ କେହି ଭାବି ନଥିବେ ।

ସେପଟେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ଦେଖି ଏକଜୁଟ୍ ହୋଇଛନ୍ତି ନାଟୋ ଦେଶ । ନାଟୋର ସଦସ୍ୟ ୩୦ଟି ଦେଶ ଏକଜୁଟ୍ ହୋଇ ଋଷକୁ ଆକ୍ରମଣ କରିପାରନ୍ତି । ନାଟୋ ଋଷ ବିରୋଧରେ ଆର୍ଟିକିଲ-୪ର ପ୍ରୟୋଗ କରିପାରେ । କେବଳ ମିସାଇଲ ନୁହେଁ ୟୁକ୍ରେନ ଉପରେ ସାଇବର ଆଟାକ୍ ମଧ୍ୟ କରିଚାଲିଛି ଋଷ । ଋଷ ସେନା ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନର ନ୍ୟାସନାଲ ଗାର୍ଡ଼କୁ ମଧ୍ୟ ନଷ୍ଟ କରିଦେଇଛି ଋଷ । ଏହି ଯୁଦ୍ଧ ଧୀରେ ଧୀରେ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଉଛି ।

Leave a Reply

Your email address will not be published. Required fields are marked *