Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଋଷ-ୟୁକ୍ରେନ୍ ଯୁଦ୍ଧ: ସେୟାର ମାର୍କେଟରେ ଭୂକମ୍ପ

(ଦ କୁଇଭର): ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଗୁରୁବାର ଦିନ ଭାରତୀୟ ଷ୍ଟକ ବଜାରରେ ଭୂକମ୍ପ ସୃଷ୍ଟି ହୋଇଛି । ଏହି ସମୟରେ, ସେନ୍ସେକ୍ସ ଚଳିତ ବର୍ଷର ସବୁଠାରୁ ଅଧିକ ପତନକୁ ଦେଖି ୨୦୧୪ ପଏଣ୍ଟ ସୁଦ୍ଧା ଏହା ୫୫ ହଜାର ସ୍ତରକୁ ଖସିଯାଇଛି । ୨୦୨୨ ବର୍ଷ ଆରମ୍ଭରୁ ସେନ୍ସେକ୍ସର ଏହା ହେଉଛି ଚତୁର୍ଥ ପ୍ରମୁଖ ହ୍ରାସ । ଏହି ପତନ ହେତୁ କିଛି ମିନିଟରେ ୦୮ ଲକ୍ଷ କୋଟିରୁ ଅଧିକ ନିବେଶକ ବୁଡ଼ି ଯାଇଥିଲା।

୨୦୨୦ ମସିହାରେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଷ୍ଟକ୍ ମାର୍କେଟ୍ ଅନେକ ଥର ଭୁଶୁଡି ପଡିଛି । ମହାମାରୀ ସମୟରେ ସେନ୍ସେକ୍ସ ଇତିହାସରେ ଅନେକ ବଡ଼ ପତନ ଦେଖିଛି । ଏଥିମଧ୍ୟରୁ ସବୁଠୁ ବଡ ପତନ ୨୩ ମାର୍ଚ୍ଚ ୨୦୨୦ରେ ଆସିଥିଲା ଯେତେବେଳେ ସେନ୍ସେକ୍ସ ୩୯୩୪ ପଏଣ୍ଟ ଖସିଥିଲା । ଏହାପରେ, ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ସେନ୍ସେକ୍ସ ନିବେଶକମାନଙ୍କ ପାଇଁ ବହୁତ କ୍ଷତି ଘଟାଇଥିଲା ।
ସେନ୍ସେକ୍ସର ଖରାପ ପର୍ୟ୍ୟାୟ
ତାରିଖ ବର୍ଷ ପତନ
୧୨ ମାର୍ଚ୍ଚ ୨୦୨୦ ୨୯୧୯
୧୬ ମାର୍ଚ୍ଚ ୨୦୨୦ ୨୭୧୩
୨୩ ମାର୍ଚ୍ଚ ୨୦୨୦ ୩୯୩୪
୦୪ ମଇ ୨୦୨୦ ୨୦୦୨
୧୮ ମଇ ୨୦୨୦ ୧୦୬୮
୨୬ ଫେବୃଆରୀ ୨୦୨୧ ୧୯୩୯
୧୨ ଏପ୍ରିଲ୍ ୨୦୨୧ ୧୭୦୭
୨୬ ନଭେମ୍ବର ୨୦୨୧ ୧୬୮୭
୨୪ ଜାନୁଆରୀ ୨୦୨୨ ୧୫୪୬
୦୭ ଫେବୃଆରୀ ୨୦୨୨ ୧୦୨୪
୨୪ ଫେବୃଆରୀ ୨୦୨୨ ୨୦୧୪
ଗୁରୁବାର ଦିନ ଭାରତୀୟ ଷ୍ଟକ ମାର୍କେଟ ଖୋଲିବା ସହିତ ହଠାତ୍ ଆସିଥିଲା ବଡ଼ ପତ୍ତନ । ଏହି ବିପଯ୍ୟୟର ମୁଖ୍ୟ କାରଣ ହେଉଛି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମରିକ କାର୍ୟ୍ୟାନୁଷ୍ଠାନ ଘୋଷଣା ହେବାର କିଛି ସମୟ ପରେ ସାରା ବିଶ୍ୱରେ ବଜାର ଗୁଡ଼ିକ ହ୍ରାସ ପାଇଛି।

Exit mobile version