ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି

(ଦକୁଇଭର) : ଆଜି ହେଉଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ। ୨୫ ଟି ଜିଲ୍ଲାର ୪୮ ବକ୍ଲରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ମୋଟ ୯୭୫ଟି ପଞ୍ଚାୟତରେ ଆଜି ମତଦାନ ଜାରି ରହିଛି । ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେଉଥିବା ବେଳେ ୫୨୦ ଜଣ ପ୍ରାର୍ଥୀ ଲଢୁଛନ୍ତି । ପ୍ରାୟ ୪୧ ଲକ୍ଷରୁ ଅଧିକ ମତାଦାତା ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ପୂର୍ବରୁ ଚାରୋଟି ପର୍ୟ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଫେବୃଆରୀ ୨୬,୨୭ ଓ ୨୮ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ୨୬ ରେ ୩୧୫ ଜୋନ, ୨୭ରେ ୩୦୭ ଜୋନ ଏବଂ ୨୮ରେ ୨୨୯ ଜୋନ ପାଇଁ ଭୋଟ ଗଣତି କରାଯିବ।

ସାବଧାନତା ଅବଲମ୍ବନ କରି ଭୋଟ ଗଣତି ଉପରେ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ବ ଦେବା ସହ ଏଥିପାଇଁ ଏକ ନିୟମାବଳି ଜାରି କରିଛନ୍ତି। ଜିଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟ ଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ସମ୍ପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ୟ୍ୟନ୍ତ ସମସ୍ତ କାର୍ୟ୍ୟ ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *