ରତ୍ନ ଭଣ୍ଡାର ଚୋରୀ: ୧୩ ବର୍ଷ ପର୍ଯ୍ୟନ୍ତ ଚୁପ୍ ଥିଲେ କାହିଁକି ?

(ଦ କୁଇଭର): କୁଆଡ଼େ ଗଲା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି? କାହିଁକି ଖୋଲା ଯାଉନି ରତ୍ନ ଭଣ୍ଡାର? ଏହି ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମୁହଁରେ । ଏହାରି ଭିତରେ ଆସିଛି ଏକ ଚାଞ୍ଚଲ୍ୟକର ବୟାନ । ଆଉ ଏହି ବୟାନ ଦେଇଛନ୍ତି ପେଶାରେ ଜଣେ ଆଇନଜୀବୀ, ରାଜନୀତିର ଜେଣ ନେତା ତଥା ବର୍ତ୍ତମାନର ଜଣେ ସ୍ୱଚ୍ଛାସେବୀ ପ୍ରିୟଦର୍ଶନ ପଟ୍ଟନାୟକ । ସେ କହିଛନ୍ତି ରତ୍ନଭଣ୍ଡାର ଚୋରି ହେବା ସମୟରେ ସେ ଦେଖିଛନ୍ତି । ତାଙ୍କ କହିବା ଅନୁଯାୟୀ, ୨୦୦୯ ଫେବୃଆରୀ ୧୪ ତାରିଖ ଦିନ ରାତି ପ୍ରାୟ ସାଢେ ୧ଟା ସମୟରେ ପହୁଡ଼ ଆଳତି ଦେଖିବାକୁ ଯାଇଥିବା ସମୟରେ ଏହି ଚୋରି ଦେଖିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି । ଏଭଳି ଜଣେ ସଚେତନ ନାଗରିକ ଚୋରୀ ଦେଖି ନିରବ ରହିଲେ କିପରି? ଜଣେ ଆଇନଜୀବୀ ହିସାବରେ ଚୋରି ଦେଖିବା ପରେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ କି? ତାହେଲେ କାହିଁକି ରହିଥିଲେ ଚୁପ୍? କ’ଣ ଥିଲା ତାଙ୍କ ଚୁପ୍ ରହିବା ପଛର ରହସ୍ୟ? ଚୋରୀ ଦେଖିବାକୁ ଏଯାବତ୍ ୧୩ ବର୍ଷ ବତିଗଲାଣି । ଏତେ ଦିନ ଧରି ଚୁପ୍ ବସିଥିଲେ କାହିଁକି? ଜଣେ ଆଇନଜୀବୀ ହିସାବରେ ତାଙ୍କୁ ଆଇନ ଅଟକାଇ ଥିଲା କି? ଲୁଚାଇବା ପଛରେ କ’ଣ ଥିଲା ସ୍ୱାର୍ଥ?

କାରଣ ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, କୌଣସି ଅଘଟଣର ପ୍ରତ୍ୟକ୍ଷଦର୍ଶୀ ସିଧାସଳଖ ଯାଇ ଏଫଆଇଆର କରିପାରିବେ । କିନ୍ତୁ ଯେତେବେଳେ ଜଗନ୍ନାଥଙ୍କ ସୁରକ୍ଷା କଥା ଆସେ ସେତେବେଳେ ସବୁଠାରୁ ଆଗରେ ଥିବା ନାଗରିକ ହେଉଛନ୍ତି ପିକୁ ପଟ୍ଟନାୟକ । ତେବେ ଏ କ୍ଷେତ୍ରରେ ଜଣେ ସଚ୍ଚୋଟ ନାଗରିକ ହିସାବରେ ଏହା ଦେଖି ଅଭିଯୋଗ କରିବା କ’ଣ ତାଙ୍କର ଦାୟିତ୍ୱ ନୁହେଁ? ଏଭଳି ଅନେ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *