ଭାରତକୁ ସାହାଯ୍ୟ ମାଗିଲା ୟୁକ୍ରେନ୍

(ଦ କୁଇଭର): ୟୁକ୍ରେନରେ ଚାଲିଛି ଘମାଘୋଟ୍ ଲଢେଇ । ୟୁକ୍ରେନ୍ ଉପରେ ଲାଗତର ଆକ୍ରମଣ କରିଚାଲିଛି ଋଷ । ୟୁକ୍ରେନ୍ ଆକାଶରେ ଖେଳିଯାଇଛି ଯୁଦ୍ଧର କଳା ବାଦଲ । ସବୁଆଡ଼େ ଖାଲି ଧୂଆଁ ଧୁଆଁ । ଏହାରି ଭିତରେ ଭାରତକୁ ସାହାଯ୍ୟ ମାଗିଛି ୟୁକ୍ରେନ୍ । ୟୁକ୍ରେନ୍ ର ରାଜଦୂତ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।

ୟୁକ୍ରେନ୍ ରାଜଦୂତ କହିଛନ୍ତି ଯେ, ଭାରତ ଓ ଋଷ ମଧ୍ୟରେ ଭଲ ସମ୍ପର୍କ ରହିଛି, ତେଣୁ ଋଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତର ହସ୍ତକ୍ଷେପ ନିହାତି ଜରୁରୀ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେଶୀଘ୍ର ସମ୍ଭବ ଋଷ ରାଷ୍ଟ୍ରପତି ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ କଥା ହୋଇ ଏହାର ସମାଧାନ କରିବା ଉଚିତ୍ ।

ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ବହୁ ବଡ଼ ବଡ଼ ଦେଶ ନିଜର ପକ୍ଷ ରଖି ସାରିଲେଣି । କିନ୍ତୁ ଭାରତ ବର୍ତ୍ତମାନ ସୁଦ୍ଧା କାହାକୁ ସାହାଯ୍ୟ କରିବ ତାହା ସ୍ଥିର କରିନାହିଁ । ତେବେ ୟୁକ୍ରେନ୍ ରେ ଥିବା ଭାରତୀୟଙ୍କ ପାଇଁ ଆଡ଼ଭାଇଜରି ଜାରି କରିଛି ଭାରତ । ଯେଉଁମାନେ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ପରାମର୍ଶ ଦିଆଯାଇଛି । ଭୟଭୀତ ନ ହୋଇ ବାହାରକୁ ନ ବାହାରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *