ଯୁଦ୍ଧ START: ନାଟୋକୁ ସାମ୍ନା କରିପାରିବ ତ ଋଷ ?

(ଦ କୁଇଭର): ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷ ଚଳାଇଛି ଘନ ଘନ ରକେଟ୍ ଓ ମିସାଇଲ ଆଟାକ୍ । ଭୟଭୀତ ୟୁକ୍ରେନ୍ । ଧ୍ୱସ୍ତ ବିଧ୍ୱସ୍ତ ହେଲାଣି ୟୁକ୍ରେନ୍ ସେନା । ୟୁକ୍ରେନର ରାଜଧାନୀକୁ ଟାର୍ଗେଟ କରି ଘନ ଘନ ଆକ୍ରମଣ କରିଚାଲିଛି ଋଷ । ୟୁକ୍ରେନ ସୀମା ଭିତରେ ପଶି ଋଷ ଖେଳାଇଛି ଆତଙ୍କ । ଏପଟେ ଏହି ଯୁଦ୍ଧକୁ ନେଇ ସବୁ ଶକ୍ତିଶାଳୀ ଦେଶ ନିଜର ପକ୍ଷ ରଖିସାରିଲେଣି । ଋଷ ସପକ୍ଷରେ ଚାଇନା, ଇରାନ, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ର ଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଋଷ ଗସ୍ତରେ ଋଷକୁ ସମର୍ଥନ ଜଣାଇଛନ୍ତି । ସେପଟେ ଋଷ ବିରୋଧରେ ଏକଜୁଟ୍ ହେଉଛନ୍ତି ନାଟୋ ଦେଶ । ୩୦ଟି ଶକ୍ତିଶାଳୀ ଦେଶକୁ ନେଇ ପ୍ରତିଷ୍ଠା ହୋଇଥିବା ନାଟୋ ବର୍ତ୍ତମାନ ୟୁକ୍ରେନ ଉପରେ ଆଟାକ୍ କରିବ କି ନାହିଁ ସ୍ପଷ୍ଟ ହୋଇନଥିବା ବେଳେ, ୟୁକ୍ରେନକୁ ସମର୍ଥନ ଜଣାଇଛି । ନାଟୋକୁ ନେଇ ଆମେରିକା ଋଷ ବିରୋଧରେ ଚଳାଇଛି ମାଷ୍ଟରପ୍ଲାନ୍ ।

ସେପଟେ ଋଷକୁ ମଧ୍ୟ ମୁହଁଡୋଡ଼ ଯବାବ ଦେଇଛି ୟୁକ୍ରେନ୍ । ୟୁକ୍ରେନ୍ ରାଜଧାନୀ କ୍ୱିଭ ଆକାଶରେ ଋଷର ଫାଇଟର୍ ଜେଟ୍ । ଗୁଳି ଗୋଳା ତୋପରେ ଭୟଭୀତ ୟୁକ୍ରେନବାସୀ । ବର୍ତ୍ତମାନ ସୁଦ୍ଧା ଋଷର ୬ଟି ଯୁଦ୍ଧ ବିମାନ ଧ୍ୱଂସ କରିଛି ୟୁକ୍ରେନ୍ । ଖାଲି ସେତିକି ନୁହେଁ ଋଷର ଗୋଟିଏ ହେଲିକେପ୍ଟରକୁ ମଧ୍ୟ ଧ୍ୱଂସ ବିଧ୍ୱଂସ କରିଛି ୟୁକ୍ରେନ୍ । ଯଦି ଋଷ ବିରୋଧରେ ନାଟୋ ଯୁଦ୍ଧ ଘୋଷଣା କରେ ତେବେ କିଏ ଜିତିବ ତାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ତେବେ ଆସନ୍ତୁ ଜାଣିବା କିଏ କେତେ ଶକ୍ତିଶାଳୀ…

ୠଷ ପାଖରେ ୮.୫ ଲକ୍ଷ ସୈନ୍ୟ ଥିବା ବେଳେ ନାଟୋ ପାଖରେ ୩୩.୫ ଲକ୍ଷ ସେନା ମହଜୁତ ରହିଛି । ଏପଟେ ଦେଖିବାକୁ ଗଲେ ପ୍ରତିରକ୍ଷା ବଜେଟ୍ ହିସାବରେ ଋଷ ପାଖରେ ୬୧.୭ ଡଲାର ରହିଥିବା ବେଳେ ନାଟୋ ପାଖରେ ୧,୧୦୬ ଡଲାର ରହିଛି । ଯଦି ଅନ୍ୟ ରାଷ୍ଟ୍ରଙ୍କ ସହଯୋଗ କଥା କହିବା ତେବେ ଋଷ ଗୋଟିଏ ଦୁଇଟି ଦେଶ ସହ ମିଶିଥିବା ବେଳେ ନାଟୋ ସହ ୩୦ ଦେଶ ଜଡିତ ଅଛନ୍ତି । ପୂର୍ବରୁ ୧୨ଟି ଦେଶକୁ ନେଇ ଗଠିତ ହୋଇଥିବା ଏହି ନାଟୋରେ ଏବେ ୩୦ ଦେଶ ସାମିଲ ଅଛନ୍ତି । ଋଷ ପାଖରେ ୬ ହଜାର ୨୫୫ ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ର ଥିବା ବେଳେ ନାଟୋ ପାଖରେ ରହିଛି ୬ ହଜାର ୯୫ । ଯଦି ନାଟୋ ଋଷ ବିପକ୍ଷରେ ଯୁଦ୍ଧ ଘୋଷଣା କରେ ତେବେ ଋଷ ଉପରେ କେତେ ଭାରି ପଡିବ ତାହା ଉପରେ ସାରା ବିଶ୍ୱର ନଜର ରହିଛି ।

Leave a Reply

Your email address will not be published. Required fields are marked *