ୟୁକ୍ରେନରେ ମୃତ୍ୟୁର ବିଭୀଷିକା: ୧୩୭ ମୃତ

(ଦ କୁଇଭର): ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍ ମାନୁନି ୟୁକ୍ରେନ । ଋଷକୁ ମୁତୋଡ୍ ଜବାବ ଦେବା ବର୍ତ୍ତମାନ ସୁଦ୍ଧା ପ୍ରୟାସ ଜାରିରଖିଛି । ମଇଦାନରେ ଚାଲିଛି ଘମାଘୋଟ ଲଢେଇ । ୟୁକ୍ରେନରୁ ଭୟାନକ ଦୃଶ୍ୟ ସବୁ ସାମ୍ନାକୁ ଆସୁଛି । ସୈନିକ ଓ ନାଗରିକଙ୍କୁ ମିଶାଇ ମୋଟ ୧୩୭ ଜଣ ପ୍ରାଣ ହରାଇଛନ୍ତି । ଯାହା ଛାତି ଥରାଇ ଦେଉଛି । ଏନେଇ ରାଷ୍ଟ୍ରପତି ସୂଚନା ଦେଇଛନ୍ତି । ଏପଟେ ଋଷର ୮୦୦ ସୈନ୍ୟଙ୍କୁ ନିପାତ କରିଛି ୟୁକ୍ରେନ୍ ସେନା । ଏ ନେଇ ଦାବି କରିଛି ୟୁକ୍ରେନ୍ ସେନା ।

ଏହା ସହିତ ଋଷର ୭ଟି ଯୁଦ୍ଧ ବିମାନ ଏବଂ ୬ଟି ହେଲିକପ୍ଟରଙ୍କୁ ମଧ୍ୟ ମିସାଇଲ ମାଡ କରି ଖସାଇଦେଇଛି ୟୁକ୍ରେନ୍ । ପୋର୍ଟ ଅନୁଯାୟୀ, ଆଜି ୟୁକ୍ରେନ ସେନା ରୁଷିଆର ୩୦ଟି ଟ୍ୟାଙ୍କ, ୧୩୦ ସଶସ୍ତ୍ର ଯାନ, ୭ ବିମାନ ଏବଂ ୬ଟି ହେଲିକପ୍ଟର ନଷ୍ଟ କରିଛି ବୋଲି ଦାବି କରିଛି । ହେଲେ ଏନେଇ ରୁଷିଆ କୌଣସି ସ୍ପଷ୍ଟ ମତ ଦେଇନାହିଁ ।ଗତକାଲି ଯୁଦ୍ଧର ପ୍ରଥମ ଦିନରେ ରୁଷର ଆକ୍ରମଣରେ ୪୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି । ଅନେକ ସୈନିକ ମଧ୍ୟ ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *