ୟୁକ୍ରେନରେ ଫଶିଥିବା ଓଡିଆଙ୍କୁ ଉଦ୍ଧାର ପାଇଁ ଅମିତ ଶାହାଙ୍କ ସହ କଥା ହେଲେ ନବୀନ

(ଦ କୁଇଭର): ଥମୁନି ଯୁଦ୍ଧ । ଭୟରେ ୟୁକ୍ରେନ। ଗୋଟିଏ ପଟେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନରେ ଫସିରହିଛନ୍ତି ପ୍ରାୟ ୨୦ ହଜାର ଭାରତୀୟ । ୪ ହଜାର ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ଏବେ ବି ପାଖାପାଖି ୧୬ ହଜାର ଭାରତୀୟ ୟୁକ୍ରେନ୍ ଫସି ରହିଥବା ବେଳେ ଏମାନଙ୍କ ମଧ୍ୟରେ କିଛି ଓଡ଼ିଆ ରହିଛନ୍ତି ।

ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ସହ ଆଲୋଚନା କରି ୟୁକ୍ରେନ୍ରେ ଫସିରହିଥିବା ଓଡ଼ିଆ ଛାତ୍ର ଏବଂ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି । ଏହି ଆଲୋଚନାରେ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ନିଶ୍ଚିତ କରିଛନ୍ତି ଯେ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଛାତ୍ରଛାତ୍ରୀ/ଶ୍ରମିକମାନଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ କାର‌୍ୟ୍ୟ କରୁଛନ୍ତି । ସୂଚନା ଅନୁଯାଇ ବର୍ତ୍ତମାନ ଭାରତ ସରକାର ୟୁକ୍ରେନ୍ର ପଡୋଶୀ ପୋଲାଣ୍ଡ, ରୋମାନୀଆ ଭଳି ଦେଶ ସହାୟତାରେ ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *