ୟୁକ୍ରେନ୍ ରାଜଧାନୀରେ ଋଷର ଆତଙ୍କ

(ଦ କୁଇଭର): ଥରୁଛି ୟୁକ୍ରେନ୍ । ସଙ୍ଗିନ ହେଉଛି ଋଷ ଓ ୟୁକ୍ରେନର ମହାଯୁଦ୍ଧ । ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି , ୟୁକ୍ରେନ୍ ରାଜଧାନୀରେ ପଶିଲା ଋଷ ସେନା । ୟୁକ୍ରେନ୍ ରାଜଧାନୀ କ୍ୱିଭ ଭିତରେ ପଶି ଦୁଃସାହସ ଦେଖାଇଛି ଋଷ । ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ କରି ସହର ଉପରେ କବ୍ଜା କରିବାରେ ଲାଗିଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ଋଷର ଏହି ଆକ୍ରମଣ ଫଳରେ କିଭରେ ବହୁ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଇଛି ।

ଋଷର ଭୟଙ୍କର ଆକ୍ରମଣ ସତ୍ତ୍ୱେ ୟୁକ୍ରେନ୍ ପଛକୁ ଫେରିବ ନାହିଁ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଏପଟେ ଋଷ ପୁଣି ଥରେ ୟୁକ୍ରେନ୍କୁ ଆତ୍ମସମର୍ପଣ କରିବା ପାଇଁ କଡା ଚେତାବନି ଦେଇଛି । କିନ୍ତୁ ୟୁକ୍ରେନ୍ ମୁଣ୍ଡ ନୁଆଇବ ନାହିଁ ବୋଲି ସିଧା ମନା କରିଦେଇଛି । ଏହା ପରେ ଋଷିଆ ରାଜଧାନୀ କ୍ୱିଭ ଉପରେ ଏୟାର ଷ୍ଟ୍ରାଇକ କରିଛି ।

Leave a Reply

Your email address will not be published. Required fields are marked *