୨୮ରୁ ବନ୍ଦ ହେବ କୋଭିଡ କେୟାର ସେଣ୍ଟର

(ଦ କୁଇଭର): କମୁଛି ସଂକ୍ରମଣ । କୋହଳ ହେଉଛି କଟକଣା । ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ କମୁଥିବାରୁ ବିଏମସି ଏକ ବଡ଼ ନିଷ୍ପତ୍ତି ନେଇଛି । ଭୁବନେଶ୍ୱରରେ ୨୮ ତାରିଖରୁ ବନ୍ଦ ହେବ ସମସ୍ତ କୋଭିଡ୍‌ କେୟାର ସେଣ୍ଟର। କୋଭିଡ୍‌ ସ୍ଥିତିରେ ସୁଧୁରୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏପରି ପଦକ୍ଷେପ ନେଇଛି। ହାଇଟେକ ଓ କିମ୍‌ସ ମେଡିକାଲ୍‌କୁ କ୍ଲୋଜର ନୋଟିସ୍‌ ଦେଇଛି ବିଏମ୍‌ସି। ସମ୍‌ ଓ ଅଶ୍ୱିନୀରେ ବେଡ୍‌ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ସମ୍‌ ହସ୍ପିଟାଲରେ ୭୦ ଓ ଅଶ୍ୱିନୀରେ ୩୦ କୋଭିଡ୍ ଶଯ୍ୟା ରହିବ।

ବିଏମସି ଅଞ୍ଚଳରେ ଧୀରେ ଧୀରେ ସଂକ୍ରମଣ କମୁଛି । ତେଣୁ ଧୀରେ ଧୀରେ କଟକଣା ମଧ୍ୟ କୋହଳ କରିବାରେ ଲାଗିଛି ବିଏମସି । ସେପଟେ ରାଜ୍ୟରେ ମଧ୍ୟ ଗତ ସପ୍ତାହେ ହେବ ୫୦୦ତଳେ ସଂକ୍ରମଣ ରହିଛି । ତେଣୁ କୋଭିଡ କେୟାର ସେଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *