Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଋଷ କବଜାରେ ୟୁକ୍ରେନର ନ୍ୟୁକ୍ଲିୟର ପ୍ଲାଣ୍ଟ

(ଦ କୁଇଭର): ଚାଲିଛି ମହାଯୁଦ୍ଧ । ଧୀରେ ଧୀରେ ଆଗକୁ ମାଡ଼ି ଚାଲିଛି ଋଷ ସେନା । ୟୁକ୍ରେନର ସୀମାବର୍ତ୍ତ ସ୍ଥାନକୁ ଦଖଲ କରିବା ପରେ ଏବେ ୟୁକ୍ରେନର ରାଜଧନୀ କିଭ୍ ଦଖଲ କରିବା ଲକ୍ଷରେ ଋଷ । ଏହାରି ଭିତରେ ୟୁକ୍ରେନରୁ ଆସିଛି ବଡ଼ ଖବର । ୟୁକ୍ରେନର ଆଣବିକ କେନ୍ଦ୍ରକୁ ଦଖଲ କରିନେଇଛି ଋଷ । ଚେର୍ଣ୍ଣାବିଲ ଠାରେ ଥିବା ୟୁକ୍ରେନର ନ୍ୟୁକ୍ଲିୟର କେନ୍ଦ୍ରକୁ ସୁରକ୍ଷିତ କରିବାକୁ ଅନେକ ଚେଷ୍ଟା କରିବା ପରେ ହାର ମାନିଥିଲା ୟୁକ୍ରେନ ସେନା । ଆଉ ଏହାକୁ ଦଖଲ କରି ନେଇଛି ଋଷ ସେନା ।

ଚେର୍ଣ୍ଣାବଲି ନ୍ୟୁକ୍ଲିୟର ପ୍ଲାଣ୍ଟର ରହିଛି ଏକ ସ୍ୱତନ୍ତ୍ର ଇତିହାସ । ୧୯୮୬ ଏପ୍ରିଲ ୨୬ ତାରିଖରେ ପରମାଣୁ ଲିକେଜ୍ ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଥିଲା, ଯାହା ଉପରେ ଅନେକ ଡକ୍ୟୁମେଣ୍ଟାରୀ ମଧ୍ୟ ନିର୍ମାଣ ହୋଇସାରିଛି । ମୃତ୍ୟୁର ତାଣ୍ଡବ ରଚିଥିଲା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ । ଲିକେଜ ଯୋଗୁଁ ଏପରି ବିସ୍ଫୋରଣ ଘଟିଥିଲା ଯେଉଁଥିରେ କେବଳ ୟୁକ୍ରେନ ନୁହେଁ ବରଂ ଋଷ, ବେଲାଋଷ ସମେତ ଅଧିକାଂଶ ପଶ୍ଚାତ୍ୟ ରାଷ୍ଟ୍ର ଥରିଉଠିଥଲେ । ପ୍ରାଣ ହରାଇଥିଲେ ହଜାର ହଜାର ଲୋକ । ଏହି ପ୍ଲାଣ୍ଟକୁ ଇତିହାସର ସବୁଠୁ ଭୟଙ୍କର ମାନବ ନିର୍ମିତ ବିପତ୍ତି ଭାବେ ପରିଗଣିତ କରାଯାଏ । ତେଣୁ ଧୀରେ ଧୀରେ ଏହି ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ତେଣୁ ଆଗାମୀ ଦିନରେ ଏହି ଯୁଦ୍ଧ କେଉଁ ଋପ ନେଉଛି, ତାହା ଦେଖିବାକୁ ବାକି ରହିଲା ।

Exit mobile version