ଫେବୃଆରି ୨୬, ୨୦୧୯: ଆଜି ବି ମନେପଡେ ଭାରତୀୟ ବାୟୁସନାର ଏୟାରଷ୍ଟ୍ରାଇକ୍

(ଦ କୁଇଭର): ଫେବୃଆରି ୨୬, ୨୦୧୯ । ସମୟ ଭୋର ୩ଟା ୩୦ ମିନିଟ୍ । ଥରି ଉଠିଥିଲା ପାକିସ୍ତାନ । ପ୍ରତିଶୋଧ ନେଇଥିଲା ଭାରତ । ଆଜି ହେଉଛି ସେହି ଦିନ ଯେଉଁ ଦିନ ଏଲଓସି ପାର୍ କରି ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ କରିଥିଲେ ଭାରତୀୟ ସେନା । ୨୦ ମିନିଟ୍ରେ ସଫା ହୋଇଥିଲା ଆତଙ୍କି ଆଡ୍ଡା । ୨୦୧୯ ଫେବୃୟାରୀ ୧୪ରେ, ପୁଲୱାମାରେ ହୋଇଥିବା ଆତଙ୍କୀ ହମ୍ଲାର କଡା ଜବାବ ଦେଇଥିଲା ଭାରତ । ଆଉ ପାକିସ୍ତାନ ମାଟିରେ ଜବର୍ଦସ୍ତ ପଶି ପାକ୍ ସେନାକୁ ଚକମା ଦେଇ, ପୁଲୱାମା ଅକ୍ରମଣରେ ସହିଦ ଜବାନଙ୍କୁ ଭାରତ ଦେଇଥିଲା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ପାକିସ୍ତାନରେ ଆକ୍ରମଣ କରିବା ପୂର୍ବରୁ ଭାରତ ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ । ରାତି ଅଧରେ ଆରମ୍ଭ ହୋଇଥିଲା ବାୟୁ ସେନାର ‘ପ୍ରଚଣ୍ଡ’ ଆକ୍ରମଣ । ପାକିସ୍ତାନ ସୀମାରେ ପଶି ଆତଙ୍କି ଆଡାକୁ ଧୁଳିସାତ୍ କରିଦେଇଥିଲା ଭାରତୀୟ ବାୟୁ ସେନା । ବାଲାକୋଟ ଏୟାର ଷ୍ଟ୍ରାଇକ୍କୁ ପୁରିଛି ୩ ବର୍ଷ । ଆଜି,ଏହାର ତୃତୀୟ ବାର୍ଷିକୀରେ, ଆଜି ବି ଜୀବନ୍ତ ବୀର ଯବାନଙ୍କ ସାହସିକତାର କାହାଣୀ ।

ଫେବୃଆରି ୧୫ ୨୦୧୯, ପୁଲୱାମାରେ ହୋଇଥିବା ଆତଙ୍କି ହମଲାର ପ୍ରତିଶୋଧ ପାଇଁ ପ୍ରସ୍ତାବ ଦେଇଥିଲେ ବାୟୁସେନାର ମୁଖ୍ୟ ବି.ଏସ୍. ଧନ୍ୱା । ପିଓକେରେ ଆକାଶମାର୍ଗରୁ ଆକ୍ରଣମ ପାଇଁ ମିଳିଥିଲା ଗ୍ରୀନ୍ ସିଗନାଲ । ଠିକ୍ ପୁଲୱା ଆକ୍ରମଣର ୧୨ ଦିନ ପରେ କେଉଁଠି କେତେବେଳେ ଆକ୍ରମଣ ହେବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଗୁଇନ୍ଦା ବିଭାଗ ଓ ବାୟୁ ସେନା । ୨୬ ଫେବୃଆରୀ ୨୦୧୯ରେ ପାକିସ୍ତାନର ବାଲାକୋଟରେ ପ୍ରବେଶ କରି, ଆତଙ୍କବାଦୀ ସଂଗଠନକୁ ମାତ୍ର ୨୦ ମିନିଟରେ ଧୂଳିସାତ୍ କରିଦେଇଥିଲା ଭାରତ ।
ଏଲଓସି ପାର କରି ବାଲାକୋଟ ସ୍ଥିତ ଜୈସ-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ବୋମା ବର୍ଷଣ କରି ପୁଣି ଫେରି ଆସିଥିଲେ ଭାରତୀୟ ବାୟୁସେନା । ଆକ୍ରମଣ ସମୟରେ ବେସରେ ପ୍ରାୟ ୫୦୦ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମଧ୍ୟ ରହିଥିଲା ।

ପାକିସ୍ତାନକୁ ମିଳିଥିଲା କଡା ଜବାବ୍ । ଆଉ ଏହି ଅପରେସନ୍ର କୋଡ୍ ୱାର୍ଡ ଥିଲା ‘ବନ୍ଦର୍ ମାରା ଗୟା’ । ଆଉ ଏହାର ନେତୃତ୍ୱ ନେଇଥିଲେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ । ସାହସିକତାର ସହ ଏଲଓସି ପାର କରି ପାକ ଏଫ-୧୬ ଜେଟ୍କୁ ଟାର୍ଗେଟ କରି ଧ୍ୱଂସ କରିଥିଲେ ଅଭିନନ୍ଦନ । ଏହି ସମୟରେ ତାଙ୍କ ବିମାନରେ ମଧ୍ୟ ନିଆଁ ଲାଗିଯାଇଥିଲା । ଫଲରେ ପିଓକେରେ ପାରାସୁଟ୍ରେ ଓହ୍ଲାଇଯାଇଥିଲେ । ସେପଟେ କିନ୍ତୁ ବେଶି ସମୟ ତାଙ୍କୁ ବନ୍ଦୀ ରଖିପାରି ନଥିଲା ପାକ୍ । ତେବେ ଆଜି ବି ସେହି ଦିନ ମନେ ପଡ଼ିଲେ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲିଉଠେ ।

Leave a Reply

Your email address will not be published. Required fields are marked *