ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରି ସିରିଜ୍ ଜିତିଲା ଭାରତ

(ଦ କୁଇଭର): ପୁଣି ଏକ ସିରିଜ ଜିତିଲା ଟିମ ଇଣ୍ଡିଆ । ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରି ସିରିଜକୁ ୨-୦ ରେ ଜିତିଛି ଭାରତ ।ଶ୍ରେୟସ ଆୟରଙ୍କ ଅପରାଜିତ ଦ୍ରୁତ ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଧର୍ମଶାଳାରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ଶ୍ରୀଲଙ୍କାକୁ ସହଜରେ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ସହ ଭାରତ ଟି-୨୦ରେ କ୍ରମାଗତ ୧୧ତମ ବିଜୟ ହାସଲ କରିଛି।

ଦ୍ୱିତୀୟ ଟି-୨୦ରେ ଟସ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପାଥୁମ ନିଶଙ୍କା(୭୫), ଦାସୁନ ଶନାଙ୍କାଙ୍କ ଅପରାଜିତ ୪୭ ରନ ଏବଂ ଧନୁଶ ଗୁଣଥିଳକାଙ୍କ ୩୮ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୮୩ ରନ କରିଥିଲା। ଜବାବରେ ଭାରତ ଶ୍ରେୟସ ଆୟରଙ୍କ ଅପରାଜିତ ଦମଦାର ୭୪ ରନ ଇନିଂସ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ଅପରାଜିତ ୪୫ ରନ ବଳରେ ୧୭.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

୧୮୪ ରନର ବଡ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲା। ୯ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମା(୧) ଆଉଟ୍ ହୋଇଥିଲେ। ଏହା ପରେ ୪୪ ରନ ସ୍କୋରରେ ଇଶାନ କିଷନ(୧୬) ଆଉଟ୍ ହୋଇଥିଲେ। ଦୁଇ ଓପନର ପାଭିଲିୟନ ଫେରିବା ପରେ ଦଳର ଇନିଂସ ସମ୍ଭାଳିଥିଲେ ଗତ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିବା ଶ୍ରେୟସ ଆୟର। ଶ୍ରେୟସ ଆୟର ସଞ୍ଜୁ ସାମସନଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ ପାଇଁ ୮୪ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ।

Leave a Reply

Your email address will not be published. Required fields are marked *