ରାଜଧାନୀ ଛାଡ଼ିଲେ ରାଷ୍ଟ୍ରପତି: ଋଷ ଗଣମାଧ୍ୟମର ଦାବି

(ଦ କୁଇଭର): ଜାରି ରହିଛି ୟୁକ୍ରେନ ଉପରେ ରୁଷର ଆକ୍ରମଣ । ଆକ୍ରମଣର ତୃତୀୟ ଦିନରେ ବର୍ତ୍ତମାନ ଋଷର ଗଣମାଧ୍ୟମ ପକ୍ଷରୁ ଏକ ବଡ଼ ଦାବି କରାଯାଇଛି। ଋଷର ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରାଜଧାନୀ କିଭରୁ ପଳାୟନ କରିଛନ୍ତି। ଏହାପୂର୍ବରୁ ଜେଲେନସ୍କି ଦାବି କରିଥିଲେ ଯେ ଋଷର ସେନା ତାଙ୍କ ଏବଂ ତାଙ୍କ ପରିବାର ପଛରେ ଅଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଜେଲେନସ୍କି ତାଙ୍କ କର୍ମଚାରୀଙ୍କ ସହ କିଭରେ ଅଛନ୍ତି।

ଶୁକ୍ରବାର ଦିନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ସଙ୍କଟ ସମୟରେ ସେ କ କୌଣସି ପରିସ୍ଥିତିରେ ଦେଶ ଛାଡିବେ ନାହିଁ। ଦେଶକୁ ସୁରକ୍ଷା ଦେବା ପାଇଁ ସେ ଶେଷ ନିଶ୍ୱାସ ପର୍ୟ୍ୟନ୍ତ ଲଢିବେ ବୋଲି ମଧ୍ୟ କହିଥିଲେ।

ଶୁକ୍ରବାର ଦିନ ଦେଇଥିବା ବିବୃତ୍ତିରେ ଜେଲେନସ୍କି କହିଛନ୍ତି ଯେ, କିଛି ଲୋକ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ସଙ୍କଟ ସମୟରେ, ସମଗ୍ର ୟୁକ୍ରେନ ଏକତ୍ର ଠିଆ ହୋଇ ଋଷର ସେନା ସହିତ ଲଢୁଛନ୍ତି । ୟୁକ୍ରେନକୁ ସାହାଯ୍ୟ କରିବାକୁ ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ନିବେଦନ କରି ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ କେବଳ ଋଷର ସମ୍ମୁଖୀନ ହୋଇଛି ଏବଂ ଏହାର ଅସ୍ତ୍ରଶସ୍ତ୍ର ଆବଶ୍ୟକ। ସେପଟେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି ଯେ ତାଙ୍କୁ ଫ୍ରାନ୍ସ ସାହାଯ୍ୟ କରୁଛି।

ଋଷର ଗଣମାଧ୍ୟମର ଏହି ଦାବି ଏକ ସମୟରେ ଆସିଛି ଯେତେବେଳେ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଋଷର ସେନା ରାଜଧାନୀ କିଭରେ ପହଞ୍ଚିଛି। ମନ୍ତ୍ରଣାଳୟ ଅନୁଯାୟୀ, ଋଷର ସୈନ୍ୟବାହିନୀ ଦ୍ରୁତ ଗତିରେ କିଭ ଆଡକୁ ଗତି କରୁଛନ୍ତି ଏବଂ କିଭଠାରୁ ୩୦ କିଲୋମିଟର ଦୂରରେ ଅଛନ୍ତି।

Leave a Reply

Your email address will not be published. Required fields are marked *