ମୋଦୀଙ୍କ ସହ କଥା ହେଲେ ୟୁକ୍ରେନ୍ ରାଷ୍ଟ୍ରପତି

(ଦ କୁଇଭର): ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ୟୁକ୍ରେନ୍ ରାଷ୍ଟ୍ରପତି । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ଜେଲେନସ୍କି । ଟ୍ବିଟରେ ସେ ଲେଖିଛନ୍ତି ଯେ, ଆଜି ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛି। ଦେଶରେ ଥିବା ଯୁଦ୍ଧର ସ୍ଥିତି ବିଷୟରେ ତାଙ୍କୁ ଅବଗତ କରାଇଛି। | ୟୁକ୍ରେନରେ ଏବେ ୧୦୦,୦୦୦ରୁ ଅଧିକ ଆକ୍ରମଣକାରୀ ଅଛନ୍ତି। ସେମାନେ ଚତୁରତାର ସହ ଆବାସିକ ଅଟ୍ଟାଳିକା ଉପରେ ଆକ୍ରମଣ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ଜାତିସଂଘ ନିରାପତ୍ତା ପରିଷଦରେ ଆମକୁ ରାଜନୈତିକ ସମର୍ଥନ ଦେବାକୁ ଅନୁରୋଧ କରିଛି। ଏପଟେ ୟୁକ୍ରେନର ସ୍ଥିତି ବିଗୁଡିଥିବା ବେଳେ ଋଷ ଆକ୍ରମଣ ଜାରି ରଖିଛି । ତେଣୁ ସହାୟତା ପାଇଁ ଭାରତ ସହ କଥା ହୋଇଥିବା କୁହାଯାଉଛି । ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ଉଭୟଙ୍କ ମଧ୍ୟରେ ସଂଘର୍ଷ ଆଜି ତୃତୀୟ ଦିନରେ ପହଞ୍ଚି ।

ଯୁଦ୍ଧରେ ଭୀଷଣ ଧ୍ୱଂସ-ବିଧ୍ୱଂଶ ସତ୍ତ୍ୱେ ଆକ୍ରମଣକାରୀ ଶତ୍ରୁ ରାଷ୍ଟ୍ରକୁ ଜବାବ ଦେବା ପାଇଁ ସାହାସ ଜୁଟାଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ତେବେ ବର୍ତ୍ତମାନ ସୁଦ୍ଧା ମହାଯୁଦ୍ଧ ବଢିବ ନା ଥମିବ ସେ ନେଇ ସାରା ବିଶ୍ୱର ନଜର ।

Leave a Reply

Your email address will not be published. Required fields are marked *