Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ୟୁକ୍ରେନକୁ ସାହାଯ୍ୟ କରିବେ ଏହି ୨୮ ଦେଶ

(ଦ କୁଇଭର): ତୃତୀୟ ଦିନରେ ମହାଯୁଦ୍ଧ । ୟୁକ୍ରେନ ରାଜଧାନୀରେ ପଶି ଆତଙ୍କ ଖେଳାଇଚାଲିଛି ଋଷ । ଗୋଟିଏ ସହର ପରେ ଗୋଟିଏ ସହର ଉପରେ ଆକ୍ରମଣ କରିଛାଲିଛନ୍ତି ଋଷ ସେନା । ସେପେଟ ଧୈର୍ଯ୍ୟହରା ନ ହୋଇ ସାହାସିକତାର ସହ ଏକୁଟିଆ ଋଷ ସେନାଙ୍କ ସହ ଲଢୁଛି ୟୁକ୍ରୋନ୍ । ଶେଷରେ ସବୁ ଦେଶର ସାହାଯ୍ୟ ମାଗିଛି ୟୁକ୍ରେନ୍ । ଋଷର ଘନ ଘନ ଆରକ୍ରମଣରେ ଅସହାୟ ହୋଇପଡ଼ିଥିବା ୟୁକ୍ରେନ୍ କୁ ସହଯୋଗର ହାତ ବଢାଇଛି ଆମେରିକା। ପୂର୍ବରୁ ଋଷ ରାଷ୍ଟ୍ରପତି ସମସ୍ତ ପଶ୍ଚିମ ଦେଶକୁ ସାହାଯ୍ୟ ମାଗିଥିଲେ ।

କେବଳ ଆମେରିକା ନୁହେଁ, ବର୍ତ୍ତମାନ ୟୂକେନକୁ ସହଯୋଗର ହାତ ବଢାଇଛନ୍ତି ୨୮ଟି ଦେଶ । ଋଷର ଘନ ଘନ ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ସମେତ ୨୮ଟି ଦେଶ ୟୁକ୍ରେନ୍ କୁ ଅଧିକ ଅସ୍ତ୍ରଶସ୍ତ୍ର, ସ୍ୱାସ୍ଥ୍ୟ ସୁବିଧା ସହ ଅନ୍ୟାନ୍ୟ ସାମରିକ ସହାୟତା ପ୍ରଦାନ କରିବା ନେଇ ସହମତ ହୋଇଛନ୍ତି । ଋଷର ଆକ୍ରମଣକୁ ଆଜି ୩ ଦିନ ହୋଇଗଲାଣି । ୟୁକ୍ରେନ୍ ର ରାଜଧାନୀ କିଭକୁ କବଜା କରିବା ପାଇଁ କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଗଲାଣି । ଏପର୍ଯ୍ୟନ୍ତ ଶକ୍ତିଶାଳୀ ଋଷ ସୌନ୍ୟଙ୍କ ସହ ଏକାକୀ ଲଢେଇ କରୁଛନ୍ତି ୟୂକ୍ରେନ୍ ସେନା । କେବଳ ଆମେରିକା ନୁହେଁ, ବ୍ରିଟେନ ମଧ୍ୟ ୟୁକ୍ରେନକୁ ସହଯୋଗ କରିବ ବୋଲି କହିଛି। ନାଟୋ ସଦସ୍ୟ ରାଷ୍ଟ୍ରମାନେ ରୁଷକୁ ଘେରିବା ପାଇଁ ୪୦ ହଜାର ରାପିଡ ଫୋର୍ସ ମୁତୟନ କରିଛନ୍ତି। ସ୍ୱଡେନ ସରକାର ୟୁକ୍ରେନକୁ ଯୁଦ୍ଧରେ ସହଯୋଗ ପାଇଁ ସୈନ୍ୟ ସହାୟତା ପଠାଇଛନ୍ତି।

Exit mobile version