ଚାଲିଛି ଭୋଟ୍ ଗଣତି, କିଏ ପିନ୍ଧିବ ବିଜୟ ମୁକୁଟ ?

(ଦ କୁଇଭର): ଚାଲିଛି ଭୋଟ୍ ଗଣତି । ଶନିବାର ସକାଳ ୮ଟାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟଗଣତି ଆରମ୍ଭ ହୋଇଛି । ଏନେଇ ଗତକାଲି ସୂଚନା ଦେଇଥିଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପର୍ୟ୍ୟାୟ ଭୋଟିଂ ଶେଷ ହୋଇଛି। ଏବେ ଷ୍ଟ୍ରଙ୍ଗ ରୁମ ଭିତରେ ଭୋଟବାକ୍ସ ମଧ୍ୟରେ ପ୍ରାର୍ଥୀମାନଙ୍କ ଭାଗ୍ୟ ସିଲ୍ ହୋଇ ରହିଛି। ଆଜିଠାରୁ ତିନିଦିନ ଧରି ଚାଲିବ ଭୋଟ୍ ଗଣତି । ଷ୍ଟ୍ରଙ୍ଗରୁମର ସିଲ୍ ଖୋଲାଯିବା ପରେ ଗଣନା କାର୍ୟ୍ୟ ଚାଲିଛି ।

ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ଆଜି ୩୧୫ଟି ଜିଲ୍ଲା ପରିଷଦ ଜୋନ୍ରେ ଭୋଟ ଗଣତି ହେବ । ସେହିପରି ୨୭ ତାରିଖରେ ୩୦୭ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହେବ । ମୋଟାମୋଟି ଭାବେ କହିବାକୁ ଗଲେ ୨୯ ତାରିଖ ପୂର୍ବରୁ ୯୧ ହଜାର ୮୯୦ ୱାର୍ଡମେମ୍ବର ପଦବି, ୬୭୯୩ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ ଜିଲ୍ଲା ପରିଷଦ ଜୋନର ବିଜେତା ୨୮ ତାରିଖ ଦିନ ଜଣାପଡ଼ିବ । ତେବେ କିଏ ପିନ୍ଧିବ ବିଜୟ ମୁକୁଟ ତାକୁ ନେଇ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *