ସେ।ମବାରଠୁ ଖୋଲିବ ପ୍ରଥମରୁ ୫ମ ଶ୍ରେଣୀ,ହେଲେ ସପ୍ତାହଯାକ ହେବନି ପାଠପଢ଼ା

(ଦ କୁଇଭର): କାଲିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ଏଥିସହ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଲାସରୁମ ପାଠପଢା ମଧ୍ୟ ଆରମ୍ଭ ହେବ। ଦୁଇ ବର୍ଷ ପରେ ସୋମବାରଠାରୁ ଖୋଲିବ ପ୍ରଥମରୁ ୫ମ ଶ୍ରେଣୀ । ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । କରୋନା କଟକଣା ମଧ୍ୟରେ ଆସନ୍ତାକାଲି ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ନେଇ ଗତକାଲି ଅଭିଭାବକ ସମ୍ମିଳନୀ ହୋଇଥିଲା । ଏଥିରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଇଛି ।

Leave a Reply

Your email address will not be published. Required fields are marked *