(ଦ କୁଇଭର): ଗଣତନ୍ତ୍ରରେ ମହାପର୍ବ ହେଉଛି ’ନିର୍ବାଚନ’ । ଭାରତରେ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ । ସେ ଜାତୀୟ ରାଜନୈତିକ ଦଳ ହେଉ କି ଆଞ୍ଚଳିକ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିପୁଳ ମାତ୍ରରେ ଅର୍ଥ ଖର୍ଚ୍ଚ କରିଥାନ୍ତି । ଯଦିଓ ନିର୍ବାଚନ ଆୟୋଗ ଆଶାୟୀ ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ସୀମା ଲାଗାଇଛନ୍ତି କିନ୍ତୁ ରାଜନୈତିକ ଦଳ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ସେଣ୍ଟର ଫର ମିଡିଆ ଷ୍ଟଡିଜ୍ । ସେଣ୍ଟର ଅଫ୍ ମିଡିଆ ଷ୍ଟଡିଜ୍ ଅନୁମାନ କରିଛି କି ୨୦୧୯ ଲୋକସଭା ନିର୍ବାଚନରେ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବିଭିନ୍ନ ରାଜନୈତିକ ଦଳ । ଏହା ପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନରେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ଅନୁମାନ କରିଛି ସେଣ୍ଟର ଅଫ୍ ମିଡିଆ ଷ୍ଟଡିଜ୍ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ଉତ୍ତରପ୍ରଦେଶ ନିର୍ବାଚନରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି । ତେବେ ଏହି ସବୁ ଟଙ୍କା ବେଆଇନ ଭାବରେ ଆସିଥାଏ । ଯାହା ଫଳରେ ନିର୍ବାଚନରେ କୋଟି କୋଟି ଟଙ୍କା ନିର୍ବାଚନ ଆୟୋଗ ଜବତ କରିଥାଏ ।

୨୦୧୪ ଲୋକସଭା ନିର୍ବାଚନରେ ୟୁପିରେ ୨୦ କୋଟି ଟଙ୍କା ଜବତ କରାଯାଇଥିଲା । ସେହିପରି ଭାବରେ ୨୦୧୯ ଲୋକସଭା ନିର୍ବାଚନରେ ନିର୍ବାଚନ ଆୟୋଗ ୧୯୧ କୋଟି ଟଙ୍କା ନଗଦ ଜବତ କରିଥିଲେ । ଯଦି ବିଧାନସଭା ନିର୍ବାଚନ କଥା କହିବା ତାହାଲେ ୨୦୧୭ ବିଧାନସଭା ନିର୍ବାଚନରେ ୟୁପିରେ ୧୧୫ କୋଟି ଟଙ୍କା ନଗଦ ଜବତ କରିଥିଲେ ନିର୍ବାଚନ ଆୟୋଗ । ନିର୍ବାଚନରେ କେବଳ ବିଜେପି ବିଗତ ୫ ବର୍ଷରେ ୩ ହଜାର ୫୮୫ କାଟି ଖର୍ଚ୍ଚ କରିଛି । ଯେତେବେଳେ କି କଂଗ୍ରେସ ୧ ହଜାର ୪୦୫ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହି ଡାଟା ୨୦୧୫ ରୁ ୨୦୨୦ ପର୍ୟ୍ୟନ୍ତ ଅଟେ । ଏହି ସୂଚନା ବିଭିନ୍ନ ରାଜନୈତିକ ପାର୍ଟି ନିର୍ବାଚନ ଆୟୋଗଙ୍କୁ ଦେଇଛନ୍ତି ।

ବିଗତ ୫ ବର୍ଷରେ ୪ ପ୍ରମୁଖ ପାର୍ଟି ନିର୍ବାଚନରେ ଖର୍ଚ୍ଚ କରିଥିବା ଟଙ୍କା ବିଷୟରେ ଯଦି କହିବା ତାହାଲେ । ବିଜେପି ୨୦୧୫-୧୬ରେ ୨୬୫ କୋଟି, ୨୦୧୬-୧୭ରେ ୬୦୬ କୋଟି, ୨୦୧୭-୧୮ରେ ୫୬୭ କୋଟି, ୨୦୧୮-୧୯ରେ ୭୯୨ କୋଟି ଓ ୨୦୧୯-୨୦ରେ ୧୩୫୨ କୋଟି ଖର୍ଚ୍ଚ କରିଛି । ସେହିପରି କଂଗ୍ରେସ କଥା ଯଦି କହିବା ତାହାଲେ ୨୦୧୫-୧୬ରେ କଂଗ୍ରେସ ୫୩ କୋଟି, ୨୦୧୬-୧୭ରେ ୧୪୯ କୋଟି, ୨୦୧୭-୧୮ରେ ୨୯ କୋଟି, ୨୦୧୮-୧୯ରେ ୩୦୮ କୋଟି ଓ ୨୦୧୯-୨୦ରେ ୮୬୪ କୋଟି ଟଙ୍କା ଖର୍ଚ୍ଚ କରିଛି । ସମାଜବାଦୀ ପାର୍ଟି ୨୦୧୫-୧୬ରେ ୨୭ କୋଟି, ୨୦୧୬-୧୭ ୧୪୦ କୋଟି, ୨୦୧୭-୧୮ରେ ୨୫ କୋଟି, ୨୦୧୮-୧୯ରେ ୩୨ କୋଟି ଓ ୨୦୧୯-୨୦ରେ ୩୬ କୋଟି ଖର୍ଚ୍ଚ କରିଛି । ସେହିପରି ବହୁଜନ ସମାଜ ପାର୍ଟି ୨୦୧୫-୧୬ରେ ୬ କୋଟି, ୨୦୧୬-୧୭ରେ ୪୦ କୋଟି, ୨୦୧୭-୧୮ରେ ୧ କୋଟି, ୨୦୧୮-୧୯ରେ ୩୩ କୋଟି ଓ ୨୦୧୯-୨୦ରେ ୫୧ କୋଟି ଖର୍ଚ୍ଚ କରିଛି ।

ନିର୍ବାଚନରେ ବିଭିନ୍ନ ରାଜନୈତିକ ପାର୍ଟି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ । ତେବେ ଏତେ ଟଙ୍କା ରାଜନୈତିକ ପାର୍ଟି କେଉଁଠୁ ଆଣିଥାଏ ତାହା ସାଧରଣ ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରେ । ତେବେ ରାଜନୈତିକ ପାର୍ଟିର ରୋଜଗାରର ସବୁଠାରୁ ବଡ଼ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ । ଏହି ବଣ୍ଡ ବ୍ୟାଙ୍କରୁ ମିଳିଥାଏ । ୨୦୧୯-୨୦ରେ ବିଜେପିକୁ ୩ ହଜାର ୬୨୩ କୋଟି ଟଙ୍କା ମିଳିଛି । ଏଥିରୁ ୨ ହଜାର ୫୫୫ କୋଟି ନିର୍ବାଚନୀ ବଣ୍ଡ୍ ଆକାରରେ ମିଳିଛି । ସେହିପରି କଂଗ୍ରେସକୁ ୩ କୋଟି ଟଙ୍କା ବଣ୍ଡ୍ ଆକାରରେ ମିଳିଛି । କିନ୍ତୁ ପାର୍ଟିର ମୋଟ ରୋଜଗାର ୬୮୨ କୋଟିରୁ ଅଧିକ ଅଟେ । ବଣ୍ଡ୍ ବ୍ୟତୀତ ଡୋନେସନ, କ୍ରାଉଡ ଫଣ୍ଡିଂ, ମେମ୍ବରସିପ୍ ଆଦିରୁ ରାଜନୈତିକ ଦଳ ବିପୁଳ ପରିମାଣରେ ଅର୍ଥ ପାଇଥାନ୍ତି ।

Leave a Reply

Your email address will not be published. Required fields are marked *