Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ୟୁକ୍ରେନକୁ ଔଷଧ ପଠାଇବ ଭାରତ

(ଦ କୁଇଭର): ପଞ୍ଚମ ଦିନରେ ଜାରି ରହିଛି ଋଷ-ୟୁକ୍ରେନ୍ ମହାଯୁଦ୍ଧ । ଗୋଟେପଟେ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ବେଲାଋଷଠାରେ ଜାରି ରହିଛି ଦୁଇ ଦେଶ ମଧ୍ୟରେ ଶାନ୍ତି ବୈଠକ । କିନ୍ତୁ ଏପଟେ ୟୁକ୍ରେନରେ ଲାଗତର ଭାବେ ଆକ୍ରମଣ କରିଚାଲିଛି ଋଷ ସେନା । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଜାରି ରଖିଛନ୍ତି ମିଶନ-ଗଙ୍ଗା । ଏଯାବତ୍ ୮୦୦୦ଲୋକଙ୍କୁ ୟୁକେନରୁ ଆସି ସାରିଲେଣି । ୟୁକ୍ରେନରେ ବର୍ତ୍ତମାନ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି । ୟୁକ୍ରେନ୍ ଛାଡ଼ି ଅନ୍ୟ ଦେଶରେ ଶରଣ ନେବାକୁ ୟୁକ୍ରେନ୍ ବାସୀ ସହର ଛାଡ଼ୁଥିବା ଦେଖିବାକୁ ମିଳୁଛି ।

ସେପଟେ ୟୁକ୍ରେନ୍ କୁ ସହାୟତାର ହାତ ବଢାଇବ ଭାରତ । ଭାରତ ୟୁକ୍ରେନ୍ କୁ ଔଷଧ ସମେତ ଅନ୍ୟ ମାନବିକ ସାହୟତା ଯୋଗାଇଦେବ । ଏନେଇ ଏମଇଏ ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି ।

Exit mobile version