ପୁଟିନଙ୍କ ଖୋଲା ଧମକ: ୟୁକ୍ରେନ ଉପରେ ଆଣବିକ ଅସ୍ତ୍ର ମାଡ କରିପାରେ ଋଷ

(ଦ କୁଇଭର): ୟୁକ୍ରେନକୁ ଖୋଲା ଚେତାବନି ଦେଲେ ପୁଟିନ୍ । ଗୋଟିଏ ପଟେ ପୁଟିନ ୟୁକ୍ରେନ ସହ ଯୁଦ୍ଧ ଟାଳିବା ନେଇ ଆଲୋଚନାର ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟପଟେ ଆଣବିକ ଅସ୍ତ୍ରଶସ୍ତ୍ର ସୀମାରେ ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାଇ ପୁଟିନ୍ ୟୁକ୍ରେନ୍ ଉପରେ ଆଣବିକ ଯୁଦ୍ଧର ଧମକ ଦେଇଥିବା ଜଣାପଡିଛି । ତେବେ ପୁଟିନଙ୍କ ଏହି କଡା ଚେତାବନି ଦେବା ପରେ ମଧ୍ୟ ନିଜ ଜିଦ୍ ରେ ଅଟଳ ୟୁକ୍ରେନ । ପଣ କରି ଯୁଦ୍ଧ କ୍ଷେତ୍ରରେ ପହଁରା ଦେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେପଟେ ଋଷ ସେନା ଭାରି ପଡିଥିଲେ ବି ପଛଘୁଞ୍ଚା ଦେଉନି ୟୁକ୍ରେନ ।

ଏପଟେ ପୁଟିନଙ୍କ ଆଣବିକ ଧମକ ପରେ ଆହୁରି ଅଧିକ କଠୋର ହୋଇଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର ତଥା ନାଟୋ ରାଷ୍ଟ୍ର ସମୂହ । ଆମେରିକା ମଧ୍ୟ ରୁଷର ଏଭଳି ଆଭିମୁଖ୍ୟକୁ ନେଇ ଚିନ୍ତିତ ହୋଇପଡ଼ିଛି । ସାମାନ୍ୟ ଭୁଲ୍ ହେଲେ ଏକ ବିରାଟ ବିଭ୍ରାଟ ହୋଇଯିବ ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ଅଧିକାରୀ କହିଛନ୍ତି ।

ତେଣୁ ବୁଧବାର ‘ନାଟୋ’ର ବୈଠକ ହେବ, ଯେଉଁଥିରେ କି ୩୫ଟି ଦେଶର ପ୍ରତିନିଧି ସାମିଲ ରହିବେ । ରୁଷିଆରେ ଏହି ପଦକ୍ଷେପକୁ ଆମେରିକା ଅସ୍ୱୀକାର କରିଛି । ଆମେରିକା କହିଛି ଯେ, ୟୁକ୍ରେନରେ ରୁଷିଆର ସୈନ୍ୟ କାର୍ୟ୍ୟାନୁଷ୍ଠାନ ରୋକିବାକୁ ଯଥା ସମ୍ଭବ ଉଦ୍ୟମ କରିବ । ଏହାରି ମଧ୍ୟରେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ କଥାବାର୍ତ୍ତା ହେବା ପାଇଁ ପ୍ରୟାସ ଜୋରଦାର ଚାଲିଛି ।

Leave a Reply

Your email address will not be published. Required fields are marked *