ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତି, କିଭରୁ ହଟିଲା କର୍ଫ୍ୟୁ

(ଦ କୁଇଭର): କିଭରୁ ହଟିଲା କର୍ଫ୍ୟୁ । ୟୁକ୍ରେନରେ ଫସିରହିଥିବା ଲୋକଙ୍କ ପାଇଁ ଏହା ଏକ ଆଶ୍ୱସ୍ତକର ଖବର । ବର୍ତ୍ତମାନ ୟୁକ୍ରେନ୍ର ରାଜଧାନୀ କିଭ୍ରୁ ହଟିଛି ସପ୍ତାହନ୍ତ କର୍ଫ୍ୟୁ । ଟ୍ରେନ ଜରିଆରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ରେଲୱେ ଷ୍ଟେସନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଏ ସଂକ୍ରାନ୍ତରେ ଭାରତୀୟ ଦୂତାବାସ ଟୁଇଟ୍ କରି ଲେଖିଛି: କିଭ୍ରୁ ସପ୍ତାହାନ୍ତ କର୍ଫ୍ୟୁ ଉଠିଯାଇଛି । ଭାରତୀୟ ଛାତ୍ରଛାତ୍ରୀକୁ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି କି, ଦେଶର ପଶ୍ଚିମାଞ୍ଚଳକୁ ଯାତ୍ରା କରିବା ଲାଗି ସେମାନେ ରେଳ ଷ୍ଟେସନ୍କୁ ଯାଆନ୍ତୁ।

ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ୟୁକ୍ରେନ୍ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ଆରମ୍ଭ କରିଛି। କର୍ଫ୍ୟୁ ହଟିବା ପରେ ଦୀର୍ଘ ୨ ଦିନ ପରେ ଟ୍ୟାକ୍ସିଗୁଡିକ ରାସ୍ତା ଉପରେ ସ୍ୱାଭାବିକ ଭାବେ ଚଳାଚଳ କରୁଛି ଏବଂ ଜନଶୂନ୍ୟ ହୋଇପଡିଥିବା କିଭ୍ରେ ଲୋକଙ୍କ ଚଳପ୍ରଚଳ ଆରମ୍ଭ ହୋଇଛି। ଅନ୍ୟପଟେ ଲୋକେ ଷ୍ଟେସନରେ ପହଞ୍ଚିବା ପାଇଁ ୭ କିଲୋମିଟର ରାସ୍ତା ଚାଲିଚାଲି ଅତିକ୍ରମ କରୁଛନ୍ତି। ଏଥିସହ ତୁରନ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାରା ପ୍ରୟାସ ଜାରି ରଖିଛନ୍ତି । ଭାରତୀୟଙ୍କୁ ଉଦ୍ଦାର କରିବା ପାଇଁ ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି ସରକାରା । ‘ଅପରେସନ୍ ଗଙ୍ଗା’ରେ ଆଜି ସକାଳେ ୨୪୯ଜଣ ଭାରତୀୟ ନାଗରିକଙ୍କୁ ନେଇ ଏୟାର୍ ଇଣ୍ଡିଆର ୫ମ ବିମାନ ଦିଲ୍ଲୀରେ ଅବତରଣ କରିଛି। ବର୍ତ୍ତମାନ ସୁଦ୍ଧା ୧୧୦୦ରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଭାବେ କିଭରୁ ଫେରିଛନ୍ତି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *