ଋଷ-ୟୁକ୍ରେନ୍ ଯୁଦ୍ଧ: କଏଦୀଙ୍କୁ ମିଲିଟାରୀ ଟ୍ରେନିଂ ଦେବ ୟୁକ୍ରେନ୍

(ଦ କୁଇଭର): ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଗୋଟିଏ ପଟେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଅଧିକ ଭୟଙ୍କର ହୋଇପାରେ। ମଇଦାନକୁ ଓହ୍ଲାଇ ପାରନ୍ତି କଏଦୀ । ଏପଟେ ଋଷକୁ କଡା ଚେତାବନୀ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ସେ କହିଛନ୍ତି ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଆଗକୁ ଆହୁରି ଘନିଭୂତ ହୁଏ ତେବେ ଜେଲରେ ଥିବା କଏଦୀ ମାନଙ୍କୁ ରୁଷ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସୁଯୋଗ ଦିଆଯିବ ।

କେବଳ ସାଧାରଣ ନାଗରିକ ନୁହେଁ ଦରକାର ପଡିଲେ ଦେଶର ସମସ୍ତ ବନ୍ଦୀ ଏବଂ କଏଦୀମାନଙ୍କୁ ମଧ୍ୟ ସେ ଯୁଦ୍ଧ ପାଇଁ ସଜାଗ କରିବେ ବୋଲି ପ୍ରକାଶ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ କଏଦୀ ମାନେ ନିଜ ଇଚ୍ଛାରେ ଋଷ ବିପକ୍ଷରେ ଲଢିବା ପାଇଁ ମିଲିଟାରୀ ଟ୍ରେନିଂ ନେଇପାରିବେ ବୋଲି ଆଜି ୟୁକ୍ରେନ୍ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ ଏଭଳି ସ୍ଥିତିରେ ଏକ ସକରାତ୍ମକ ସୂଚନା ମଧ୍ୟ ରହିଛି । ଋଷ ଓ ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଛି ଶାନ୍ତି ଆଲୋଚନା । ବେଲାଋଷରେ ଚାଲିଥିବା ଏହି ଆଲୋଚନାରେ ପ୍ରକୃତରେ କଣ ନିଷ୍କର୍ସ ବାହାରିବ ତାହା ଉପରେ ଏବେ ପୁରା ବିଶ୍ୱର ନଜର ରହିଛି।

Leave a Reply

Your email address will not be published. Required fields are marked *