ୟୁକ୍ରେନ୍ ଛାଡିଲେଣି ୫ଲକ୍ଷ ଲୋକ, ଏହି ଦେଶରେ ନେଉଛନ୍ତି ଆଶ୍ରୟ

(ଦ କୁଇଭର): ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ୍ ବିବାଦ । ଥମୁନି ଯୁଦ୍ଧ, ଶାନ୍ତି ଆଲୋଚନାରୁ ବି କିଛି ବାଟ ବାହାରୁନି। ତେବେ ଦୁଇ ଦେଶ ମଧ୍ୟରେ ଦୀର୍ଘ ସାଢ଼େ ତିନି ଘଣ୍ଟାର ଆଲୋଚନା ପରେ ସମାଧାନର କୌଣସି ପନ୍ଥା ବାହରି ପାରି ନାହିଁ । ତେଣୁ ଦୁଇ ଦେଶର ପ୍ରତିନିଧି ମଣ୍ଡଳୀ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି । ତେବେ ଏଭଳି ସ୍ଥିତିରେ ଆଗକୁ ସମଗ୍ର ବିଶ୍ୱ ସଙ୍କଟ ଆଡ଼କୁ ମୁହାଁଉବ । ୨୪ ଫେବୃଆରୀରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଯୁଦ୍ଧର ଷଷ୍ଠ ଦିନରେ ବି ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି। ଋଷ ଏପର୍ୟ୍ୟନ୍ତ ୟୁକ୍ରେନର ୫ ଲକ୍ଷରୁ ଅଧିକ ଲୋକ ଦେଶ ଛାଡିସାରିଲେଣି । ୠଷର ଆକ୍ରମଣ ହେତୁ ୟୁକ୍ରେନର ଏହି ଲୋକମାନେ ପଡୋଶୀ ଦେଶରେ ଆଶ୍ରୟ ନେଉଛନ୍ତି । ଏପର୍ୟ୍ୟନ୍ତ ୫ ଲକ୍ଷ ୨୦ ହଜାର ଲୋକ ପୋଲାଣ୍ଡ ଏବଂ ଅନ୍ୟ ପଡୋଶୀ ଦେଶକୁ ଯାଇଛନ୍ତି।

ଏନେଇ ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି (UNHCR) ପକ୍ଷରୁ ମିଳିଥିବା ସୂଚନାଅନୁଯାଇ ୨ ଲକ୍ଷ ୮୧ ହଜାର ଲୋକ ପୋଲାଣ୍ଡରେ, ହଙ୍ଗେରୀରେ ୮୪ ହଜାର ୫୦୦ ରୁ ଅଧିକ ଲୋକ, ମୋଲଡୋଭାରେ ପ୍ରାୟ ୩୬ ହଜାର ୪୦୦, ରୋମାନିଆ ଓ କିଭରୁ ୩୦ ହଜାର ଅଧିକ ଲୋକ ସ୍ଲୋଭାକିଆରେ ଆଶ୍ରୟ ନେଇଛନ୍ତି। ଆଉ ବାକି ୟୁକ୍ରେନ୍କୁ ଛାଡି ନିଜ ଦେଶକୁ ଯାଉଛନ୍ତି । ଏହା ବ୍ୟତୀତ ଲୋକମାନେ ପୋଲାଣ୍ଡକୁ ପ୍ରବେଶ କରିବା ପାଇଁ ୪୦ ଘଣ୍ଟା ଧରି ସୀମା ଅତିକ୍ରମ କରିବାକୁ ଅପେକ୍ଷା କରିଛନ୍ତି । କେବଳ ଏତିକି ନୁହେଁ, ୧୪ କିଲୋମିଟର କାରର ଏକ ଲମ୍ବା ଧାଡି ମଧ୍ୟ ଅଛି । ୟୁକ୍ରେନ ଛାଡୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଅଟନ୍ତି। ଆଉ ଏହାରି ମଧ୍ୟରେ ଚାରିପଟୁ ଘେରି ରହିଛି ଋଷ । ତଥାପି ହାର୍ ମାନୁନି ୟୁକ୍ରେନ୍ ଲଗାତର ଋଷକୁ ମୁତୋଡ ଜବାବ ଦେଉଛି ।

Leave a Reply

Your email address will not be published. Required fields are marked *