ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

(ଦ କୁଇଭର): ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ଆଜି ଷଷ୍ଠ ଦିନରେ ଆସିଛି ବଡ଼ ଖବର । ୟୁକ୍ରେନର ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବୋମାମାଡ଼ରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାରତୀୟ ଛାତ୍ରଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ବୈଦେଶିକ ମନ୍ତ୍ରାଳୟ । ମୃତ ଛାତ୍ରଙ୍କ ପରିବାର ସହିତ ଯୋଗାଯୋଗରେ ରହିଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।

ଏହାପୂର୍ବରୁ ଖାରକିଭ ଆଞ୍ଚଳିକ ପ୍ରଶାସନର ମୁଖ୍ୟ ଓଲେହ ସିନେହେବୋଭ କହିଛନ୍ତି ଯେ, ଖାରକିଭ ସହରର ମଝିରେ ଏକ ପ୍ରଶାସନିକ କୋଠା ଉପରେ ଋଷ ଗୁଳି ଚଳାଇଛି। ଏହି ଗୁଳି ବିନିମୟରେ କେତେ ଲୋକ ଆହତ ହୋଇଛନ୍ତି ବୋଲି ତାହା ସ୍ପଷ୍ଟ ହୋଇନାହିଁ । ଏହାପୂର୍ବରୁ ସେ କହିଛନ୍ତି ଯେ ସୋମବାର ଖାର୍କିଭରେ ହୋଇଥିବା ଗୁଳି ବିନିମୟରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ସୈନ୍ୟମାନେ ୧.୪ ନିୟୁତ ସହରକୁ ଯିବା ପାଇଁ ଋଷର ଉଦ୍ୟମକୁ ବାଧା ଦେବାକୁ ଚେଷ୍ଟା କରୁଛନ୍ତି।

ୟୁକ୍ରେନ ସୋସିଆଲ ନେଟୱାର୍କରେ ପୋଷ୍ଟ କରାଯାଇଥିବା ଭିଡିଓଗୁଡ଼ିକ ଖାର୍କିଭରେ ଥିବା ଏକ ପ୍ରଶାସନିକ ଭବନରେ ଏକ ବଡ଼ ଧରଣର ବିସ୍ଫୋରଣ ଦେଖାଦେଇଛି ଏବଂ ଏହା ନିକଟରେ ପାର୍କିଂ ହୋଇଥିବା ଅନେକ କାରକୁ ନଷ୍ଟ କରିଦେଇଛି । ଏହି ବିସ୍ଫୋରଣରେ କୋଠାର ଝରକା ଭାଙ୍ଗି ଯାଇଛି।

Leave a Reply

Your email address will not be published. Required fields are marked *