ଫୁଟବଲ୍ ବିଶ୍ୱ କପରୁ ବାଦ୍ ପଡ଼ିଲା ଋଷିଆ

(ଦ କୁଇଭର): ଷଷ୍ଠ ଦିନରେ ପହଞ୍ଚିଲା ମହାଯୁଦ୍ଧ । ଲଗାତର ୬ଦିନ ଧରି ୟୁକ୍ରେନ୍ ଉପରେ ଆକ୍ରମଣ କରିଚାଲିଛି ଋଷ । ଋଷର ଏହି ଆକ୍ରମଣକୁ ବିରୋଧ କରୁଛି ସାରା ବିଶ୍ୱ । ଏପରିକି ନିଜ ଦେଶର ଲୋକାମନେ ମଧ୍ୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ବିରୋଧ କରୁଛନ୍ତି ଓ ଯୁଦ୍ଧ ବନ୍ଦ କରିବା ପାଇଁ ରାଜରାସ୍ତାରେ ବିକ୍ଷୋଭ ମଧ୍ୟ କରୁଛନ୍ତି । ଅନ୍ୟପଟେ ଏହାର ପ୍ରଭାବ ମଧ୍ୟ ଖେଳ ମୈଦାନ ଉପରେ ପଡ଼ିଛି । ଏପରି ସ୍ଥିତିରେ ଋଷ ଉପରେ କଡ଼ା ଆଭିମୁଖ୍ୟ ଦେଖାଇଛି ଫେଡ଼େରେସନ ଅଫ୍ ଇଣ୍ଟରନ୍ୟାସନାଲ ଫୁଟବଲ୍ ଆସୋସିଏସନ ବା ଫିଫା ।

ଋଷକୁ ଶାନ୍ତି ପାଇଁ ଅପିଲ କରିଛନ୍ତି ଖେଳାଳୀ । କିନ୍ତୁ ଋଷ ନିଜ ଜିଦରେ ଅଟଳ ଥିବାରୁ ଏହା ବିରୋଧରେ କଠୋର ପଦକ୍ଷେପ ନେଇଛି ଫିଫା । ଫୁଟବଲ୍ ୱାର୍ଲ୍ଡ କପରୁ ଋଷକୁ ବାଦ୍ ଦେଇଛି ଫିଫା । ଏହାସହ ଇଣ୍ଟରନ୍ୟାସନାଲ ଆଇସ ହକିରୁ ମଧ୍ୟ ଋଷକୁ ବାଦ୍ ଦିଆଯାଇଛି । ଋଷ ସହ କୌଣସି ଇଭେଣ୍ଟ ଖେଳିବାକୁ ମନା କରିଦେଇଛି ପୋଲାଣ୍ଡ, ସ୍ୱିଡ଼େନ ଓ ଚେକ୍ ରିପବ୍ଲିକ୍ । ଆଇସ୍ ହକିରେ ଆଗକୁ ପୋଲାଣ୍ଡକୁ ସାମ୍ନା କରିଥାନ୍ତା ଋଷ । ଯାହା ମସ୍କୋରେ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ ଋଷ ସହ ଖେଳିବାକୁ ସିଧାସଳଖ ମନା କରିଦେଇଛି ପୋଲାଣ୍ଡ । ଜାତୀୟ ହେଉ କିମ୍ବା ଅନ୍ତର୍ଜାତୀୟ ଫଉଟବଲ୍ ଟୁର୍ଣ୍ଣାମେଣ୍ଟ ହେଉ, ସବୁଥିରୁ ଋଷକୁ ବାସନ୍ଦ କରାଯାଇଛି ।

Leave a Reply

Your email address will not be published. Required fields are marked *