Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଏୟାରଲିପ୍ଟ ହେବେ ଭାରତୀୟ

(ଦ କୁଇଭର): ୟୁକ୍ରେନରେ ଚାଲିଛି ଋଷର ଘନ ଘନ ଆକ୍ରମଣ । ଆଜି ଏହି ଯୁଦ୍ଧ ଆଜି ୬ଷ୍ଠ ଦିନରେ ପହଞ୍ଚିଛି । ଏପଟେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଭାରତ ଆରମ୍ଭ କରିଛି ଅପରେଶନ ଗଙ୍ଗା । ଆଜିଠୁ ଏହି ଅପରେସନ ଗଙ୍ଗାରେ ସାମିଲ ହେବ ଭାରତୀୟ ବାୟୁସେନା ।

ୟୁକ୍ରେନରେ ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର ପାଇଁ ଅପରେସନରେ ବାୟୁସେନାକୁ ସାମିଲ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେବ ସି-୧୭ ଏୟାରକ୍ରାଫ୍ଟ । ଆଜି ୟୁକ୍ରେନରେ ସ୍ଥିତି ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Exit mobile version